ବାଲୁଗାଁ ଆଙ୍କୁଲା ଗ୍ରାମର ନିଆରା ପ୍ରତିଭା ସୌମ୍ୟ ରଞ୍ଜନ : ଚିତ୍ର କଳାରେ ସିଦ୍ଧହସ୍ତ !!!

0
711

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବୟସ ମାତ୍ର ୧୫ , କିନ୍ତୁ ତାଙ୍କ ପାଖରେ ରହିଛି ଅନେକ ପ୍ରତିଭା । ପିଲାଟି ଦିନରୁ ଅନେକ ପ୍ରତିଭା ପ୍ରଦର୍ଶନ କରି ଆଖ ପାଖ ଅଞ୍ଚଳରେ ସେ ଏବେ ବେଶ ଜଣା ଶୁଣା । ବିନା ପ୍ରଶିକ୍ଷଣ ରେ ଏପରି ଭାବରେ ଚିତ୍ର ଆଙ୍କି ଦେଉଛନ୍ତି ଯେ ଆପଣ ଆଖିରେ ଦେଖିଲେ ବିଶ୍ୱାସ କରି ପାରିବେନି । ଏଭଳି କଳା ପ୍ରତିଭାର ଅଧିକାରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲା ଗ୍ରାମର ସରକାରୀ କର୍ମଚାରୀ ଭଗବାନ ଯୁଝାରସିଂହ ଏବଂ ପଙ୍କଜ ବାସିନୀ ଯୁଝାରସିଂହ ଙ୍କ ପୁଅ ସୌମ୍ୟ ରଞ୍ଜନ ଯୁଝାରସିଂହ । ସୌମ୍ୟ ରଞ୍ଜନ ନିଜ ଗ୍ରାମ କାନ୍ଥମାହାଲ ଆଙ୍କୁଲା ସ୍ଥିତ ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି । ଭଲ ପାଠ ପଢିବା ସହିତ ଏବେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ବିଭିନ୍ନ ଜାଗାରେ ନିଜର କଳା ପ୍ରଦର୍ଶନ କରି ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବିଭିନ୍ନ ରଙ୍ଗ ବେରଙ୍ଗର ଚଢ଼େଇ, ଦେବା ଦେବୀଙ୍କ ଚିତ୍ର ଓ ଯେ କୌଣସି ଯୁବକ ଯୁବତୀ ଙ୍କ ଫଟୋ ଓ ଫୁଲ ଝୋଟି କୁ ମୁରୁଜ ସାହାଯ୍ୟରେ ଏପରି ଆଙ୍କି ଦେଉଛନ୍ତି ଯେ ତାହା ତାଙ୍କ ହାତରେ ଜୀବନ୍ତ ହୋଇ ପଡୁଛି । ସେ ୟୁଟୁବ ମାଧ୍ୟମରୁ ଯେ କୌଣସି ଚିତ୍ର ଦେଖନ୍ତି ସଙ୍ଗେ ସଙ୍ଗେ ପେନସିଲ ଓ କଲର ସାହାଯ୍ୟରେ ଅବିକଳ ସେଭଳି ଚିତ୍ର ଆଙ୍କି ଦିଅନ୍ତି । ବିଗତ ଦିନରେ ବାଲୁଗାଁ ବଡ଼କୂଳ ସ୍ଥିତ ଓଡ଼ି ଆର୍ଟ ସେଣ୍ଟର୍ ପରିସରରେ ହେଇଥିବା “ଚିଲିକା ସେଲଡକ କାଣ୍ଣିଭାଲ” ରେ ଆୟୋଜିତ ଚିତ୍ର କଳା ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏପରିକି ଚିତ୍ର କଳା ବ୍ୟତୀତ ନିଜ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଯଥା ହସ୍ତାକ୍ଷର, ରଚନା, ପ୍ରବନ୍ଧ ଲିଖନରେ ଭାଗ ନେଇ ପୁରସ୍କୃତ ହେବା ସହ ବିଭିନ୍ନ ସ୍ଥାନ ଅଧିକାର କରିଥିବାର ଦେଖିବାକୁ ମିଳିଛି । ଏଥି ପାଇଁ ବାପା ଭଗବାନ ଙ୍କ ସହ ମାଆ ପଙ୍କଜ ବାସିନୀ ଓ ଭଉଣୀ ଚନ୍ଦ୍ରକାନ୍ତି ପ୍ରେରଣା ଯୋଗାଉଥିବାର କହିଛନ୍ତି ସୌମ୍ୟ । ଆଗାମୀ ଦିନରେ ପୁଅ କୁ ଚିତ୍ରକଳା ସମ୍ପର୍କରେ ଅଧ୍ୟୟନ କରାଇ ଅଗ୍ରଣୀ କଳାକାର ବନାଇବେ ବୋଲି ତାଙ୍କ ବାପା ଭଗବାନ ଯୁଝାରସିଂହ କହିଛନ୍ତି । ଏ ଚିତ୍ରକଳା ଦିଗରେ ଯଦି ଆଗକୁ ପ୍ରୋସ୍ରାହାନ ମିଳି ପାରିବ , ତେବେ ରାଜ୍ୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇ ପାରିବେ ବୋଲି ସୌମ୍ୟ ରଞ୍ଜନ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here