ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କଲେଜ ଛୁଟି ହେବା ପରେ ଘର ମୁଁହା ହେଉଥିଲେ କଲେଜ ଛାତ୍ରୀ । ଠିକ୍ ଏହି ସମୟରେ ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚି କଲେଜ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରିବା ସହିତ ଫୋନ ନମ୍ବର ମାଗିଥିଲେ । ଯାହାକି ଏହି ରୋଡ୍ ରୋମିଓ ଙ୍କୁ ମହଙ୍ଗା ପଡ଼ିଥିଲା । ଏହି ରୋଡ୍ ରୋମିଓ ଙ୍କ ଆବ ଭାବ ଭିନ୍ନ ଧରଣର ହେବାରୁ ରାସ୍ତାରେ ଚଳପ୍ରଚଳ କରୁଥିବା କିଛି ଲୋକ ସେଠାରେ ପହଞ୍ଚି କଲେଜ ଛାତ୍ରୀ ଙ୍କୁ ପଚରା ଉଚରା କରିଥିଲେ ! ରୋଡ୍ ରୋମିଓ ଙ୍କ ସମ୍ପର୍କରେ ସମସ୍ତ ଘଟଣା ଜାଣିବା ପରେ ଦୁଇ ରୋଡ୍ ରୋମିଓ ଙ୍କୁ ବୁହାଟେ ଛେଚାଛେଚି କରି ଆଣ୍ଠେଇ ଦେଲେ ।

ରୋଡ୍ ରୋମିଓ ଦୁହେଁ ନିଜ ଭୁଲ ମାନିବା ପରେ କ୍ଷମା ପ୍ରାର୍ଥନା କଲେ ! ପରେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଛକ ନିକଟରେ । ମିଳିଥିବା ସୂଚନା ଅନୁସାରେ ଏହି ରୋଡ୍ ରୋମିଓ ଦୁହେଁ ବାଣପୁର ଥାନା ଅଞ୍ଚଳର ଶୁଭମ ମହପ୍ତର ଓ ପ୍ରଶାନ୍ତ ନାୟକ । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟୀ ବିଶ୍ଵାଳ ସୂଚନା ଦେଇଛନ୍ତି ।

