ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ତାଳବେଡା ବନମାଳୀପୁର ସ୍ଥିତ କାଠିଆ ସାହୁ ଙ୍କ ଘରେ ପଶି କଟୁରୀ ଓ ମାଉଜର ରେ ଆକ୍ରମଣ କରି କାଠିଆ ସାହୁଙ୍କୁ ଲହୁଲୁହାଣ କରିବା ସହିତ ତାଙ୍କ ସ୍ତ୍ରୀ ଙ୍କ ବେକରୁ ଅଳଙ୍କାର ଲୁଟି ନେଇ ଫେରାର ହେଲେ ଦୁର୍ବୁତ୍ତ । ଖବର ରୁ ପ୍ରକାଶ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ତିନି ଜଣ ଦୁର୍ବୁତ୍ତ ଆସି କବାଟ ବାଡେଇ ପିଇବା ପାଇଁ ପାଣି ମାଗିଥିଲେ । ତାଙ୍କ ସ୍ତ୍ରୀ ପାଣି ଦେବା ସମୟରେ କଟୁରୀ ଓ ମାଉଜର ଦେଖାଇ ଭୟଭୀତ କରିବା ସହିତ ଆଲମାରୀ ଚାବି ମାଗିଥିଲେ , ଚାବି ନଦେବାରୁ ଦୁର୍ବୁତ୍ତ ମାନେ କଟୁରୀ ରେ କାଠିଆ ସାହୁଙ୍କୁ ଆକ୍ରମଣ କରିଥିଲେ ! ତେବେ ଚୋରା ମାନଙ୍କୁ ଶ୍ରୀ ସାହୁ ସାହସ ର ସହ ପ୍ରତି ଆକ୍ରମଣ କରିଥିଲେ , ଯାହା ଫଳରେ ସେମାନେ ବ୍ୟବହାର କରିଥିବା କଟୁରୀ ଓ ମାଉଜର ଛାଡି ଫେରାର ହୋଇ ଯାଇଥିଲେ । ଆକ୍ରମଣ ରେ ଶ୍ରୀ ସାହୁ ଙ୍କର ଅନେକ କ୍ଷତ ହେବା ସହିତ ତାଙ୍କ ସ୍ତ୍ରୀ ଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଖବର ପାଇ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଶ୍ରୀ ସାହୁ ଙ୍କୁ ଚିକିତ୍ସା ପାଇଁ ମଣ୍ଡାପାଳ ଚିକିତ୍ସାଳୟ କୁ ପଠାଇବା ସହ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।
ଘରେ ପଶି ଆକ୍ରମଣ କଲେ ଦୁର୍ବୁତ୍ତ : ଝାମ୍ପି ନେଲେ ସୁନା ଅଳଙ୍କାର !!!

