ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଠାରୁ ମାତ୍ର କେତେ ଶହ ମିଟର ଦୂର ରେ ମହିଳାଙ୍କ ବେକରୁ ସୁନଚେନ୍ ଛିଡାଇ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୁକିନ୍ଦା ଥାନା ନିକଟସ୍ଥ ବ୍ରାହ୍ମଣ ଶାସନର ପ୍ରେମାନନ୍ଦ ଦ୍ୱିବେଦୀଙ୍କ ପତ୍ନୀ ରୀନା ଦ୍ୱିବେଦୀ ଏହି ଲୁଟର ଶୀକାର ହୋଇଛନ୍ତି । ରବିବାର ଦିନ ଗୋଟାଏ ସମୟରେ ଏକ ହେଲମେଟ ପିନ୍ଧା ଲୁଟେରା ବାଇକରେ ପ୍ରେମାନନ୍ଦଙ୍କ ଘର ନିକଟରେ ପହଞ୍ଚିଥିଲା । ଘର ଅଗଣାରେ ଥିବା ରିନାଙ୍କୁ ତାଙ୍କ ପୁଅ ବିଷୟରେ ପଚାରିଥିଲା, ପୁଅ ସହ କଥାହେବା ପାଇଁ ଲୁଟେରା ନିଜ ମୋବାଇଲ ରୀନାଙ୍କୁ ବଢ଼ାଇବା ବେଳେ ହଠାତ୍ ବାମ ହାତରେ ଚେନ ଛିଣ୍ଡାଇ ନେଇ ପାର ହୋଇ ଯାଇଥିଲା । ରିନା ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ ଲୁଟେରା ଫେରାର ହୋଇ ଯାଇଥିଲା । ଏନେଇ ପ୍ରେମାନନ୍ଦ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଛି । ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଏହିପରି ଲୁଟ୍ ବଢ଼ି ଚାଲିଛି । ସ୍ଥାନୀୟ ପୋଲିସ ଏଥିପ୍ରତି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ଦାବୀ ହେଉଛି ।
ସୁକିନ୍ଦା ଅଞ୍ଚଳରେ ସୁନା ଚେନ ଲୁଟେରା ଆତଙ୍କ !!!

