ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳ ର 26 ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ନିଶାବତୀ ମଳିକ ଙ୍କ ଦ୍ୱାରା 26 ଜଣ କଳାକାର ଙ୍କୁ ସହାୟତା ରାଶି ପ୍ରଦାନ ପତ୍ର ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ ଉପାଧ୍ୟକ୍ଷା ଶାନ୍ତି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥିଲେ l ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ମାନେ ଖୁସି ପ୍ରକଟ କରିଥିବା ବେଳେ ବହୁ ପ୍ରତିଭାବାନ କଳାକାର ଚୟନ ପ୍ରକ୍ରିୟା ରେ କଟି ଯାଇଥିବା ରୁ ଦୁଃଖ ପ୍ରକାଶ କରିଛନ୍ତି l ବାରଖମା ଗ୍ରାମ ପଞ୍ଚାୟତ ରୁ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ନାରାୟଣ ପଣ୍ଡା, ବାଲିଗୁଡା ଏନଏସି ରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ଦଣ୍ଡନାଟ ଗୁରୁ ପୁରସ୍ତମ ନାୟକ, ଗାୟକ ବାହାନ ପାତ୍ର, ବଂଶୀ ବାଦକ କାହ୍ନୁ ଚରଣ ନାୟକ, ପ୍ରଦୀପ ମଳିକ, ପ୍ରଦୀପ କୁମାର ପାତ୍ର ଙ୍କ ସମେତ 34 ଜଣ କଳାକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *