ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନବ ଉତ୍କଳର ନିର୍ମାତା, କଳିଙ୍ଗର କାରିଗର, ଓଡ଼ିଆ ଅସ୍ମିତାର ଲେଲିହାନ ଶିଖା, ମାଟିର ମୂର୍ତ୍ତିମନ୍ତ ପ୍ରତୀକ ବିଜୁ ବାବୁଙ୍କ ଫରେଷ୍ଟ ପାର୍କ ରେ ଥିବା ପ୍ରତିମୂର୍ତ୍ତି ସ୍ଥଳ ରେ ପ୍ରଦୀପ ଜଳାଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ଶାନ୍ତି ଫାଉଣ୍ଡେସନ ର ସଦସ୍ୟ ମାନେ । ଏହି ଦୀପଦାନ କାର୍ଯ୍ୟକ୍ରମ ରେ ଶାନ୍ତି ଫାଉଣ୍ଡେସନ ର ମୁଖ୍ୟ ପରିଚାଳକ ଯୁବ ସମାଜସେବୀ ସଞ୍ଜୟ କୁମାର ପରିଡା, ସମାଜସେବୀ ମାନି ପଣ୍ଡା, ଗୀତା ବିଶ୍ୱାସ, ଓଡିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ବାପୁ ଓଝା ଓ ବିଜୁପ୍ରେମୀ ମାନେ ପ୍ରଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶାନ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

