ତିନୋଟି ପୃଥକ ଦୁର୍ଘଟଣାରେ ତିନି ଗୁରୁତର : କଟକ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଂଚଳରେ ତିନୋଟି ପୃଥକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ସୁନାରାମ ତିରୀଆଙ୍କ ପୁଅ ନରେଶ ତିରିଆ (୨୮) ଶନିବାର ଦିନ ଯାଜପୁର ଯାଇ ଫେରୁଥିବା ସମୟରେ ସୁକିନ୍ଦା ସ୍ଥିତ ତୃତୀୟ ବାଟାଲିୟନ ନିକଟରେ କୌଣସି ଅଜଣା ଗାଡ଼ି ଆଘାତରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସ୍ଥାନୀୟ ଲୋକେ ନରେଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଶନିବାର ସନ୍ଧ୍ୟାରେ ସୁକିନ୍ଦା ଛକ ନିକଟରେ ଅନ୍ୟ ଏକ ଦୁର୍ଘଟଣା ଘଟି ଅନୁଗୁଳ ବଇଣ୍ଡା ଅଞ୍ଚଳର ଆକାଶ ସାହୁ (୨୩) ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲା ବୈନ୍ଦା ଅଞ୍ଚଳର କରୁଣାକର ସାହୁଙ୍କ 35 ପୁଅ ଆକାଶ ବାଲେଶ୍ଵର ଯାଇ ଫେରୁଥିବା ବେଳେ ସୁକିନ୍ଦା ଛକ ନିକଟରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆକାଶକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣାରେ ଆକାଶର ମୁଣ୍ଡ, ମୁହଁ,ହାତରେ ଗଭୀର ଆଘାତ ଲାଗିଥିଲା । ଆକାଶ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ଷୋଳମାଣିଆ ଗ୍ରାମ ବେରେଗା ମୁଣ୍ଡାଙ୍କ ପୁଅ ଦୀନା ମୁଣ୍ଡା (୨୧) ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ବିନା ହେଲମେଟ ରେ ଯାଉଥିବା ସମୟରେ ମାଙ୍ଗୁ ମୁଣ୍ଡାଙ୍କ ବାଇକ ସହ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦିନାର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *