ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ପାଳୁଛି ୭୫ତମ ପ୍ରତିଷ୍ଠା ଦିବସ । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସିଟିର ଯାତ୍ରା ବିଷୟରେ ଆଜି ସମସ୍ତେ ଆଲୋଚନା କରୁଛନ୍ତି । ଏହି ଦିବସ ଅବସରରେ ବିଧାନସଭା ସମ୍ମୁଖ ମାର୍ଗରେ ୧୮ଟି ଟ୍ରୁପ ପ୍ୟାରେଡ଼ କରି ଅଭିବାଦନ ଜଣାଇବା ସହ ଡେଆର ଡେଭିଲସ ଗ୍ରୁପ ମଧ୍ୟ ସାମିଲ ଥିଲେ । ବିଭିନ୍ନ ସ୍କୁଲର ଛୋଟ ଛୋଟ ପିଲା ସ୍କେଟିଂ କରିଥିଲେ । ଏହି କଳା କୌଶଳକୁ ଦେଖିବା ପାଇଁ ରାଜଧାନିବାସୀଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଅଶୋକ ପଣ୍ଡା, ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ସହ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବର ସଭାପତି ପ୍ରଦୋଷ ପଟ୍ଟନାୟକ ।
୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ !!!

