ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସୁକିନ୍ଦାରେ କ୍ୟାଣ୍ଡେଲ ଶୋଭାଯାତ୍ରା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଶ୍ମୀର ପୁଞ୍ଚରେ ଆତଙ୍କବାଦି ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁକିନ୍ଦାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଜଣ ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲ୍ଲା ସତ୍ୟବାଦୀ ର ଜଣେ ଓଡ଼ିଆ ଜବାନ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ଆତଙ୍କି ହାମଲାରେ ସହିଦ ହୋଇଥିବା ଯବାନଙ୍କ ଖବର ପ୍ରସାରଣ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ମା ମାଟି ପାଇଁ ସହୀଦ ହୋଇଥିବା ଅମର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟର ସୁକିନ୍ଦାର ସଚେତନ ଯୁବକ ମାନଙ୍କ ଦ୍ଵାରା ସ୍ଥାନୀୟ ବଡ଼ଦାଣ୍ଡରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *