‘ପ୍ରାରମ୍ଭ’ ଶିକ୍ଷକ ତାଲିମ କର୍ମଶାଳା ଉଦଯାପିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇଙ୍କ ଆଦେଶ କ୍ରମେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଆନୁକୂଲ୍ୟରେ ‘ପ୍ରାରମ୍ଭ’ ଶିକ୍ଷକ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି ! ଗେଡିଆପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଉଦ୍ଘାଟିତ ହୋଇଥିଲା । ଏଠାରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା, ପ୍ରଧାନଶିକ୍ଷକ ନୀଳମଣି ବରାଳ, ଭିକାରୀ ପ୍ରୁଷ୍ଟି ଅତିଥି ଭାବେ ଯୋଗ ଦେଇଥିଲେ ।

କର୍ମଶାଳାରେ ମାଣିବନ୍ଧ, ସାଗର ଗାଁ, ବାଙ୍କୋଇଦେଶ, ଶଙ୍କରପୁର, ଗେଡ଼ିଆପଲ୍ଲୀ ସାଧନ କେନ୍ଦ୍ର ଅନ୍ତର୍ଗତ ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ତାଲିମ କର୍ମଶାଳା ୪ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷକ ଭାବେ ରତ୍ନପ୍ରଭା ସାହୁ, ପ୍ରଦୀପ ବଳବନ୍ତରାୟ, ସୁକାନ୍ତ କୁମାର ଜେନା, ସାନନ୍ଦ କୁମାର ସାହୁ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଗେଡ଼ିଆପଲ୍ଲୀ ସି. ଆର୍. ସି. ସି. ରତ୍ନପ୍ରଭା ସାହୁ । ଏହି କାର୍ଯ୍ୟକ୍ରମର ମୁଖ୍ଯ ଲକ୍ଷ୍ଯ ହେଉଛି, ୧ ମ ରୁ ୩ ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀ ୨୦୨୬ / ୨୭ ଶିକ୍ଷା ବର୍ଷ ସୁଦ୍ଧା ବୁଝିକି ପଢ଼ି ପାରିବେ ଓ ଲେଖି ପାରିବେ ! ସଂଖ୍ଯା ଜ୍ଞାନ ବିଷୟକ ଗାଣିତିକ ସମସ୍ୟାର ସମାଧାନ କରି ପାରିବେ । ଉଦଯାପନ ଦିବସରେ ସମସ୍ତ ପ୍ର ଶିକ୍ଷାର୍ଥୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତରଫରୁ’ ପ୍ରାରମ୍ଭ’ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *