ଖରଡ଼ି ଛକ ସ୍ଥିତ ଭେରାଇଟି ଷ୍ଟୋରରୁ ଚୋରି : ପୋଲିସର ତଦନ୍ତ ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ଛକ ସ୍ଥିତ ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଥିବା ନେଇ ଆଜି ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ ଖରଡ଼ି ଗ୍ରାମର ସଞ୍ଜୀବ କୁମାର ସାହୁ ଖରଡ଼ି ଛକରେ ତାଙ୍କ ଦୋକାନ ଶୁକ୍ରବାର ରାତିରେ ବନ୍ଦ କରି ଆସିବା ପରେ କେହି ଅଜଣା ଲୁଟେରା ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଦୋକାନରେ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ନେଇ ଦୋକାନ ମାଲିକଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଆଜି ଏକ ଅଭିଯୋଗ ହୋଇଥିଲା । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ସନ୍ଧନୀ କୁକୁର ସାହାଯ୍ୟରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *