ଚିଲିକା ନିର୍ବାଚନ ମଣ୍ଡଳୀରେ ଲୋପ ହେବାକୁ ବସିଲାଣି କୁମ୍ଭାର ଙ୍କ ବେଉସା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନେ କୁମ୍ଭାର ମାନେ କୌଳିକ ବୃତ୍ତି ଆପଣାଇ ମାଟିରେ କୁମ୍ଭ, ମାଠିଆ, ଦ୍ୱୀପ, ଘଡି, ସରା, ଏପରିକି ବିଭିନ୍ନ ଆସବା ପତ୍ର ତିଆରିରେ ମଗ୍ନ ରହୁଥିଲେ l ଯାହାବି ତିଆରି କରନ୍ତି ଅତି ସୁନ୍ଦର ଭାବରେ ମାଟିକୁ ଚକଟି ସେଥିରେ ସାମଗ୍ରୀ ବନାଇ, ବିଭିନ୍ନ ଦୋକାନ ବଜାରରେ ବିକ୍ରି କରୁଥିଲେ ! ମାଟି ହାଣ୍ଡି ରେ ରୋଷେଇ କଲେ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ହୋଇ ପାରୁଥିଲା l ମାଟି ପାତ୍ର ରେ ଜଳ ରଖିଲେ ଥଣ୍ଡା ରୁହେ ସେହି ଜଳ କୁ ପାନ କରି ଆତ୍ମସନ୍ତୋଷ ଲାଭ କରୁଥିଲେ ମଣିଷ ସମାଜ l କିନ୍ତୁ ଆଜିର ଦିନରେ ମନୁଷ୍ୟ ସମାଜ ଯେତିକି ଉନ୍ନତି କରୁଛି ସେତିକି ପୂର୍ବରୁ ଥିବା ଆସବା ପତ୍ର କୁ ଭୁଲିବାକୁ ଲାଗିଲାଣି ! ଷ୍ଟିଲ ପିତଳ, କଂସା, ଫାଇବର , ପ୍ଲାଷ୍ଟିକ ର ବ୍ୟବହାର ବଢ଼ିବାରେ ଲାଗିଛି ! ପ୍ଲାଷ୍ଟିକ ର ଆବିର୍ଭାବ ହେବା ଦିନ ଠାରୁ ପ୍ଲାଷ୍ଟିକ ତିଆର ସାମଗ୍ରୀ ବ୍ୟବହାର ଦ୍ରୁତ ଗତିରେ ହେଉଛି , ଯାହା ଫଳରେ ପ୍ଲାଷ୍ଟିକ ଓ ଜରି ବ୍ୟବହାର କରି ପଦାକୁ ଫିଙ୍ଗି ଦେଉଥିବା ନଜରକୁ ଆସୁଛି ! ଏହା ଦ୍ୱାରା ମାଟିରେ ପଡି ରହିଥିବା ପ୍ଲାଷ୍ଟିକ ଓ ଜରି ଯୋଗୁଁ ଫସଲ କରିବାରେ ବାଧା ଉପୁଜିବା ପରିସ୍ଥିତି ଦେଖିବାକୁ ମିଳୁଛି । ମାଟିରେ ତିଆରି ସାମଗ୍ରୀ କୁ କିଏ ପଚାରେ, କିନ୍ତୁ ବୃତ୍ତି କରୁଥିବା କୁମ୍ଭାରଙ୍କ ତେଲ ଲୁଣର ସଂସାର ଉଜୁଡି ଯିବାକୁ ବସିଛି l କୁମ୍ଭାର ଜାତି ଆଉ ଆଗପରି ମାଟିରେ ତିଆର ସାମଗ୍ରୀ ଉପରେ ଜୋର ନଦେଇ ସୁଦୂର ଦେଶ ବିଦେଶ ବାହାରକୁ ଯାଇ ରୋଜଗାର କରିବାକୁ ମନ ବଳେଇଲେଣି, ଧୀରେ ଧୀରେ ପ୍ଲାଷ୍ଟିକର ଚାହିଦା ବଢୁଥିବା ଯୋଗୁଁ ଦୁର୍ଦଶା ରେ କୁମ୍ଭାର ଜାତି, ତଥାପି କିଛି କୁମ୍ଭାର ନିଜେ ନିଜ ବେଉସା କୁ ଅଳ୍ପ ବହୁତ ବିଭା ପୁଆଣୀ ଓ ମନ୍ଦିର କାମ ପାଇଁ କିଛି ମାଟିରେ ତିଆର ସାମଗ୍ରୀ କରି ନଜେ ନିଜର ଗୁଜରଣ ନିର୍ବାହ କରୁଛନ୍ତି l କିନ୍ତୁ ଆଗ ଅପେକ୍ଷା ବହୁତ କମ, କୁଶଳ କାରିଗରୀ ହାତ ଏବେ ବାନ୍ଧି ହେବାକୁ ବସିଲାଣି, ଏହି ମଣିଷ ସମାଜରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ, ପରିବେଶ ସନ୍ତୁଳନ ଖରାପ ହେଉଥିଲେ ବି ଛାଡି ପାରୁନାହାନ୍ତି l ସରକାର ଯଦି ଏହି କୁମ୍ଭାର ଜାତି କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପାୟରେ ରୋଜଗାର ପନ୍ଥା ବାହାର କରନ୍ତେ ତା ହେଲେ ମାଟିରେ ତିଆରି ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ମୂର୍ତ୍ତି ଓ ହଜି ଯାଉଥିବା ଆସବା ପତ୍ର ପୁଣି ଗଢି ପାରନ୍ତେ ! ରାଜ୍ୟ ଓ ଦେଶର ସୌନ୍ଦର୍ଯ୍ୟ ବଢିପାରନ୍ତl , କିଛି ଦୁଇ ପଇସା ପାଇଁ ନିଜ ପରିବାର ପ୍ରତିପୋଷଣ କରିପାରନ୍ତେ, ବାହାର ରାଜ୍ୟ କୁ କାମ କରିବାକୁ ନ ଯାଇ ନିଜେ ସ୍ୱାବଲମ୍ବୀ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ଯାହା ମତ ପ୍ରକାଶ କରୁଛନ୍ତି l

Leave a Reply

Your email address will not be published. Required fields are marked *