ନରମିଲେ ଦେଓଗାଁ ସରପଞ୍ଚଙ୍କ ସ୍ୱାମୀ : ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପାଇଁ କଲେ ଦୁଃଖ ପ୍ରକାଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଚାଲିଥିବା ବେଳେ ବାଣପୁର ଅଞ୍ଚଳର କିଛି ସାମ୍ବାଦିକ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ ଦେଓଗାଁ ସରପଞ୍ଚ ରେଣୁବାଳା ଛାଟୋଇ ଙ୍କ ସ୍ୱାମୀ ଶରତ ଚନ୍ଦ୍ର ଛାଟୋଇ । ସାମ୍ବାଦିକ ଙ୍କ ପ୍ରଶ୍ନରେ ଚିଇଁକି ଉଠି ନିଜର କିଛି ଘଟଣାକୁ ଚପେଇ ଦେବେ ବୋଲି ସାମ୍ବାଦିକଙ୍କୁ ୫ ହଜାର ଟଙ୍କା ଦେଇଥିବାର କହିଥିଲେ ନିଜେ ସରପଞ୍ଚଙ୍କ ସ୍ଵାମୀ ଛାଟୋଇ । କାହାକୁ ୫ ହଜାର ଟଙ୍କା ଦେଇଥିଲେ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ଛାଟୋଇଙ୍କୁ ପାଲଟା ପ୍ରଶ୍ନ କରିବାରୁ ସରପଞ୍ଚ ସ୍ଵାମୀଙ୍କ ପାଟି ଥ ଥ ମ ମ ରେ କମ୍ପେଇ ବୁମ୍ କୁ ଆଡେଇ ଚାଲି ଯାଇଥିଲେ । କିନ୍ତୁ ମଙ୍ଗଳବାର ଦିନ ନିଜେ ସରପଞ୍ଚଙ୍କ ସ୍ଵାମୀ ଶରତ ଚନ୍ଦ୍ର ଛାଟୋଇ ୫ ହଜାର ଟଙ୍କା ଚିଲିକା ବ୍ଲକର କୌଣସି ଏକ ସାମ୍ବାଦିକଙ୍କୁ ଦେଇଥିବାର ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ବାଣପୁର ବ୍ଲକ ପରିସରରେ ସୋମବାର ଦିନ ସାମ୍ବାଦିକ ମାନଙ୍କୁ ଯେଉଁ ଦୁର୍ବ୍ୟବହାର କରିଥିଲେ ସେଥିପାଇଁ ମଧ୍ୟ ନିଜର ଭୁଲ ସ୍ୱୀକାର କରିଛନ୍ତି ! ସାମ୍ବାଦିକ ମାନଙ୍କୁ କ୍ଷମା ମାଗିଥିଲେ ଛାଟୋଇ ।

Leave a Reply

Your email address will not be published. Required fields are marked *