ଗାରବନ୍ଧରେ ନୃତ୍ୟ ବିିଦ୍ୟାଳୟ ଉଦ୍‌ଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ନୃତ୍ୟ ବିିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ ଯୋଗଦେଇ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଗାରବନ୍ଧ ଥାନା ଅଧିକରୀ ଗୋବିନ୍ଦ ଗୌଡ, ସମ୍ମାନିତ ଅତିଥି ଭାବେ ଗାରବନ୍ଧ ସରପଞ୍ଚ ପି.ଅଶୋକ କୁମାର ସବରାର , ପୂର୍ବତନ ସରପଞ୍ଚ ପି.ନାଗେଶ୍ୱର, ମିରାକଲ ଡ୍ୟାନ୍ସ ଅନୁଷ୍ଠାନର ମୁଖ୍ୟ ଶିକ୍ଷକ ତଥା ଓଡିଆ ସିନେ ଜଗତର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ସୁଭେନ୍ଦୁ ସେନାପତି, ସମାଜସେବୀ ଏନ୍‌.ଭୂଷା ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବୀରରାଜୁ କହିଥିଲେ ଯେ, ଗ୍ରାମାଞ୍ଚଳରେ ବହୁ ଲୁକାୟିତ ପ୍ରତିଭା ରହିଛି । ଯାହାକି ଆବଶ୍ୟକୀୟ ପ୍ଲାଟଫର୍ମ ଅଭାବରୁ ଲୋକ ଲୋଚନକୁ ଆସିପାରୁ ନାହିଁ । ଗ୍ରାମାଞ୍ଚଳରେ ଏପରି ଏକ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷ କରି କୁନି କୁନି ପିଲାମାନଙ୍କର ନୃତ୍ୟ ଗୀତ ପ୍ରତିଥିବା ରୁଚି ପ୍ରତିଫଳନ ହେବା ସଙ୍ଗେ ସଙ୍ଗେ ପିଲାମାନେ ଭଲ ନୃତ୍ୟାଙ୍ଗନା ହୋଇପାରିିବେ । ମୁଖ୍ୟବକ୍ତା ଶ୍ରୀ ଗୌଡ ନିଜ ବକ୍ତବ୍ୟରେ କହିଥିଲେ ଯେ, ସଂସ୍କୃତି ଓ କଳା ବିଭିନ୍ନ ମାଧ୍ୟମରେ ପରିପ୍ରକାଶ ହେଉଛି । ଏହି କଳା ପ୍ରଦର୍ଶନ କରିବାକୁ ହେଲେ ଡ୍ୟାନ୍ସ ସ୍କୁଲ ମଧ୍ୟ ଏକ ମାଧ୍ୟମ ବୋଲି କହିଥିଲେ । ଏହା ସହ ନୃତ୍ୟ ପରିବେଷଣରେ ଆଇନ କାନୁନ ଉଲଂଘନ ନକରିବା ଭଳି ନୃତ୍ୟ ପରିବେଶଣ ଶିକ୍ଷଣ ଦେଲେ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିପାରିବା ବୋଲି କହିଥିଲେ । ମିରାକଲ ଡ୍ୟାନ୍ସ ଅନୁଷ୍ଠାନର ଶିକ୍ଷକ ଶ୍ରୀ ସେନାପତି ଏହି ଅବସରରେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳ ତଥା ଗାରବନ୍ଧରେ ଡ୍ୟାନ୍ସ ଅନୁଷ୍ଠାନ ଖୋଲାଯାଇଛି । ପ୍ରେଫସନାଲ ଡ୍ୟାନ୍ସ ଇନ୍‌ଷ୍ଟିଟ୍ୟୁଟ କେବଳ ବଡ ବଡ ସହରରେ ଉପଲବ୍ଧ । ହେଲେ ଗ୍ରାମାଞ୍ଚଳରେ ଥିବା ପ୍ରତିଭା ଗୁଡିକ ବଣମଲ୍ଲି ବଣରେ ମରିବା ସଦୃଶ୍ୟ ହୋଇପଡୁଛି । ପ୍ରଥମ ଥର ନିମନ୍ତେ ପ୍ରଫେସନାଲ ଡ୍ୟାନ୍ସ ପ୍ରଶିକ୍ଷଣ ଗ୍ରାମାଞ୍ଚଳରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ୯ପ୍ରକାର ଡ୍ୟାନ୍ସ ପ୍ରଶିକ୍ଷଣ ଦିଆଯିବା ସଙ୍ଗେ ସଙ୍ଗେ ସ୍ମାର୍ଟ କ୍ଲାସ ମଧ୍ୟ କରାଯିବ । ସ୍ମାର୍ଟ କ୍ଲାସ ଫଳରେ ଡିଜିଟାଲ ମାଧ୍ୟମରେ ଡ୍ୟାନ୍ସ ପ୍ରଶିକ୍ଷାର୍ଥୀମାନଙ୍କୁ ଆହୁରି ପ୍ରୋଫେସନାଲ କରିପାରିବ ଏବଂ ଗ୍ରାମାଞ୍ଚଳ ନୃତ୍ୟାଙ୍ଗନାମାନେ ସହରର ନୃତ୍ୟାଙ୍ଗନା ମାନଙ୍କ ପରି ବିଭିନ୍ନ ଧରଣର ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜ ଗ୍ରାମାଞ୍ଚଳର ନାମ ଦେଶରେ ଟେକ ରଖିପାରିବେ । ସେହିପରି ଗାରବନ୍ଧ ସରପଞ୍ଚ ପି.ଅଶୋକକୁମାର ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଗ୍ରାମାଞ୍ଚଳରେ ଏପରି ଅନୁଷ୍ଠାନ ଖୋଲାଯାଇଥିବାରୁ ସ୍ୱାଗତ କରିବା ସହ ଏପରି ଉଦ୍ୟମକୁ “ତେହ୍ୟା ରକିଂ ସ୍ମିଥ୍ ଡ୍ୟାନ୍ସ ଏକାଡେମୀ”ର ପ୍ରତିଷ୍ଠତା ମାଝୀ ଦେବୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା କାର୍ଯ୍ୟକ୍ରମକୁ ସୁମନ ଘଣ୍ଟ ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗାରବନ୍ଧ ଗ୍ରାମର ବହୁ ଜନସାଧାରଣ ଓ ନୃତ୍ୟପ୍ରେମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *