ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶାର ବିଭିନ୍ନ ଗାଁ ଗଣ୍ତାରେ ମେଳା ମହୋତ୍ସବ ଚାଲୁ ରହିଛି । ନିକଟରେ ବାଙ୍କୀ ଡମପଡା ବ୍କକର ଅରପୁର, ବାଘୁଆ ଏବଂ ଗୟଳବାଙ୍କ ରେ ପର୍ଯ୍ୟାୟ କ୍ରମେ ତିନି ଗୋଟି ଯାତ୍ରା ପାର୍ଟି ଦୁର୍ଗାଶ୍ରୀ, ଇନ୍ଦ୍ରଭୁବନ ଏବଂ ଶକ୍ତିମୟୀ ଗଣନାଟ୍ୟ ନାଟକ ପରିବେଷଣ କରୁଥିଲା । ଯାତ୍ରା ମଂଚସ୍ଥ ପୂର୍ବରୁ ଯାତ୍ରା କମିଟି ଉପଖଣ୍ତର ଥାନା ,ତହସିଲଦାର ଏବଂ ସ୍ଥାନୀୟ ଫାଣ୍ତି ଓ ଆର.ଆଇଙ୍କ ସ୍ବିକୃତି ନେଇଥାନ୍ତି । ବିନା ପରାମର୍ଶ ଏବଂ ସ୍ବିକୃତୀପତ୍ରରେ କୌଣସି ଯାତ୍ରାଦଳ ନାଟକ ପରିବେଷଣ କରି ପାରନ୍ତିନି । କିନ୍ତୁ ଏହି ଯାତ୍ରା କମିଟି ମାନଙ୍କରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଚଳିତ ମେ ମାସ ସାରା ଉପରୋକ୍ତ ସ୍ଥାନରେ ନାଟକ ଓ ମେଳା ମହୋତ୍ସବ ଚାଲୁଥିବା ବେଳେ କୌଣସି ପୋଲିସ କର୍ମଚାରୀଙ୍କୁ ରାତିରେ ଦେଖିବାକୁ ମିଳି ନଥିଲା । ନାଟକ ଚାଲୁଥିବା ବେଳେ ମଦୁଆ ଦର୍ଶକ ବାରମ୍ବାର ଗଣ୍ତଗୋଳ କରିବାରୁ , ଶାନ୍ତି ପ୍ରିୟ ଯାତ୍ରା ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କୁ ପରିବେଶ ଅଶାନ୍ତ କରିଥିଲା । ଜୁଆ ତଥା ପଶାଖେଳ ସର୍ବସାଧାରଣରେ ଏକ ବେଆଇନ୍ ଖେଳ ଅଟେ ।ଏହାକୁ ବାରଣ କରିବାକୁ କୌଣସି ପୋଲିସ ଭାଇ ଉପସ୍ଥିତି ନଥିଲେ । ଯାତ୍ରା ସରିଲେ ସକାଳ ପାଇଲେ ଲୋକ ଲକ୍ଷାଧିକ ଟଙ୍କା ହରେଇ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା । ଦୀପ ତଳ ଅନ୍ଧାର ପରି ତାଳବସ୍ତ ଫାଣ୍ତି ପଛରେ ମଧ୍ୟ ଅରପୁର ଗ୍ରାମ୍ୟ ଶବରସାହି ପଡିଆରେ ଖୁଲୁମଖୁଲା ପଶା ଖେଳ ଚାଲୁଥିଲା । ଯାହାକୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ରୋକ୍ ତଥା ବାରଣ ଲଗେଇବାରେ ସହଯୋଗ କରୁନଥିଲେ । ଯାହା ସମାଜ ପାଇଁ ଖରାପ ପ୍ରଭାବ ପକାଇଛି । ଆଗାମୀ ଦିନ ମାନଙ୍କରେ ଗ୍ରାମାଂଚଳର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଆର୍ଥିକ ଖେଳ ପଶାପାଲିକୁ ସଂପୁର୍ଣ୍ଣ ବନ୍ଦ କରାଯାଉ ବୋଲି ବିଭିନ୍ନ ପଂଚାୟତର ଶାନ୍ତି କମିଟି ମାନଙ୍କର ବୟୋଜଷ୍ଠ ନାଗରିକ ମାନେ ଅନୁରୋଧ କରିଛନ୍ତି ।
ଯାତ୍ରା ସମୟରେ ରାତିସାରା ତାଳବସ୍ତ ଫାଣ୍ତି ପଛରେ ଖୁଲମଖୁଲା ଜୁଆଖେଳ !!!

