ଯାଜପୁରରେ ଦୁର୍ଗା ବାହିନୀ ର ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଶ୍ବ ହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ପକ୍ଷରୁ ଦୁର୍ଗା ବାହିନୀ ର ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଯାଜପୁର ଜିଲ୍ଲା ମଧୁବନ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର 22 ଗୋଟି ଜିଲ୍ଲାରୁ 130 ଜଣ ଶିକ୍ଷାର୍ଥୀ 20 ଜଣ ଶିକ୍ଷକ, 30 ଜଣ ପ୍ରବନ୍ଧକଙ୍କୁ ନେଇ ମେ 8 ଠାରୁ ମେ 15 ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଚାଲୁ ରହିଥିଲା । ପ୍ରଶିକ୍ଷଣ ଶିବିରରେ 15 ରୁ 35 ବର୍ଷ ଯୁବତୀ ଓ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ସେବା ସୁରକ୍ଷା ସଂସ୍କାର ମୂଳକ କାର୍ଯ୍ୟରେ କିପରି ନାରୀ ନିଜକୁ ନିୟୋଜିତ କରିବେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ନାରୀ ମାନେ ନିଜେ ନିଜର ଓ ସମାଜର କିପରି ରକ୍ଷା କରିପାରିବେ ସାତ ଦିନ ଧରି ବିଭିନ୍ନ ଯୁଦ୍ଧ କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ଶିବିରର ଶେଷ ଦିନରେ ସମାହାର କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ଶିଖିଥିବା ଯୁଦ୍ଧ କୌଶଳର ପ୍ରଦର୍ଶନି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୁପେ ଦୁର୍ଗା ବାହିନୀ କେନ୍ଦ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପାରମିତା ମହାଲା , ପ୍ରାନ୍ତୀୟ ସଂଯୋଜିକା ସିପ୍ରା ରାଉତ , ରାଜ୍ୟ ବିଶ୍ବ ହିନ୍ଦୁ ପରିଷଦ ଉପସଭାପତି ପ୍ରଶାନ୍ତ ପଣ୍ଡା , ରାଜ୍ୟ ମାତୃଶକ୍ତି ସମ୍ପାଦିକା ଝରଣା ଜେନା , ଯାଜପୁର ଜିଲ୍ଲା ଦୁର୍ଗା ବାହିନୀ ସଂଯୋଜିକା ରୋଜାଲିନ ନାୟକ , ଯାଜପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି ଅକ୍ଷୟ ବଳ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *