ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅମୃତ ସରୋବର ଏକ ଯୋଜନା ଏବଂ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ଶ୍ରମିକ ମାନଙ୍କୁ ନିୟୋଜିତ କରିବା ପାଇଁ ଏକ ପ୍ରୟାସ । ଏହା ଫଳରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କ ହାର କମିବ । କିନ୍ତୁ ଭାଗ୍ୟର ବିଡମ୍ବନା ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କୌଣସି ଶ୍ରମିକ କାମ ନକରି ମେସିନ ସହାୟତାରେ ଅମୃତ ସରୋବର ଯୋଜନାରେ ପୋଖରି କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ସାରିଲେଣି । ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦେଓଗାଁ ପଞ୍ଚୟାତରେ ଅମୃତ ସରୋବର ଯୋଜନାରେ ଏକ ପୋଖରିକୁ ଅନ୍ତର୍ଭୁକ୍ତ କରି ବିନା ଫଳକରେ , ବିନା ଶ୍ରମିକ ଉପସ୍ଥାପନ ତାଲିକାରେ ମେସିନି ଲଗାଇ ୮୦ ପ୍ରତିଶତ କାମ କରି ଲକ୍ଷାଧିକ ଟଙ୍କା ହରଣଚାଲ କରିଦବାକୁ ବସିଛନ୍ତି ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ । ଅନେକ ବାଦ ବିବାଦ ପରେ ବର୍ତ୍ତମାନ ସମୟରେ ଯଦିଓ ଫଳକ ଲାଗିଛି , କିନ୍ତୁ ଫଳକରେ ସନ୍ତୋଷଜନକ ସୂଚନା ନାହିଁ ! ଏବଂ ସୂଚନାଫଳକରେ ଯେଉଁ ନିଶୁଳ୍କ ସହାୟତା ନମ୍ବର ଦିଆଯାଇଛି ସେ ନମ୍ବରରେ ଯୋଗାଯୋଗ କଲେ କହୁଛନ୍ତି ଆଉ ସେ ବିଭାଗ ଏଥିରେ ଅନ୍ତର୍ଭୁକ୍ତ ନାହିଁ । ଏ ନେଇ ଆଗରୁ ଖବର ପ୍ରସାରଣ ସତ୍ଵେ ଏବଂ ବିଡିଓଙ୍କ ତାଗିଦ୍ ସତ୍ଵେ କାମ ବନ୍ଦ ନକରି ରାତି ଅଧିଆ କାମ କରି ଲକ୍ଷାଧିକ ଟଙ୍କା ଲୁଟିବାକୁ ବସିଛନ୍ତି ସରପଞ୍ଚ । ଏ ନେଇ ଗଣମାଧ୍ୟମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ ଏକୁଟିଆ ଲୋକ କେତେ ନଜର ରଖିବି ଏବଂ ମତେ ଚାରି ଚାରିଟା ପଞ୍ଚାୟତର କାର୍ଯ୍ୟ ତୁଲାଇବାକୁ ପଡୁଛି ! ମୁଁ ଏ ସମ୍ବନ୍ଧରେ କିଛି କହିପାରିବନି ବୋଲି କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏଠି କିଏ କାହାକୁ ଅନ୍ଧ କରି ଲକ୍ଷାଧିକ ଟଙ୍କା ଲୁଟିବାକୁ ବସିଛନ୍ତି ବୋଲି ଏବେ ସାଧାରଣରେ ଟୁପୁରୁ ଟାପର ଚାଲିଚି । ବିଡିଓଙ୍କ ବାରଣ ସତ୍ଵେ କିଭଳି ସରପଞ୍ଚ କାମ କରୁଛନ୍ତି , ନା ସରପଞ୍ଚ ଏବଂ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ମିଲି ଭଗତ୍ ରେ ଏ ସବୁ ଦୁର୍ନୀତି କାର୍ଯ୍ୟ କରାଯାଉଛି ! ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି ।
ଦୁର୍ନୀତିର ଚରମ ସୀମାରେ ବାଣପୁର ଦେଓଗାଁ ପଞ୍ଚାୟତ !!!

