ଚିଲିକା ପାନ୍ଥନିବାସ ବଡକୁଳ ଠାରେ ଜୀବନ ରକ୍ଷାକାରୀ ସରଞ୍ଜାମ ବିତରଣ ଉତ୍ସବ ପାଳିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ପାନ୍ଥନିବାସ ବଡକୁଳ ରେ ସହିଦ ବାଜିରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଜୀବନର ରକ୍ଷାକାରୀ ସରଞ୍ଜାମ ବିତରଣ ଉତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ, ଓଡିଶା ସରକାର , ସମ୍ମାନୀତ ଅତିଥି ଶ୍ରୀମତୀ ଉଷା ପାଢ଼ୀ, ଆଇ. ଏ. ଏସ. ପ୍ରମୁଖ ଶାସନ ସଚିବ, ପରିବହନ ବିଭାଗ, ଖୋର୍ଦ୍ଧା ଜିଲ୍ଲା ଏସ. ପି.ସିଦ୍ଧାର୍ଥ କଟାରିଆ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଶ୍ରୀଯୁକ୍ତ ଲଷ୍ମୀକାନ୍ତ ବେହେରା ସ୍ୱତନ୍ତ୍ର ଶାସନ ସଚିବ ବାଣିଜ୍ୟ ଓ ପରିବହନ ବିଭାଗ ମଞ୍ଚରେ ଉପସ୍ଥିତ ଥିଲେ l ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା l ଚିଲିକା ରେ ନୌକା ରେ ପରିଭ୍ରମଣର କିପରି ସୁରକ୍ଷା କରାଯାଇପାରିବ ସମସ୍ତ ବାଲୁଗାଁ ଓ ବଡକୁଳ ବୋଟ ସଙ୍ଘର ମାନଙ୍କ ମେମ୍ବରଙ୍କୁ ଲାଇଭ ଜ୍ୟାକେଟ ପ୍ରଦାନ କରାଯାଇଛି l ସର୍ବ ମୋଟ ଦୁଇଶହ ଅଠସ୍ତରୀ ଲାଇଭ ଜ୍ୟାକେଟ ଓଡିଶା ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *