ବାବା ରାମେଶ୍ୱର ଙ୍କ ପୀଠରେ ବଡକୁଳ ମଣ୍ଡଳ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ମଣ୍ଡଳ ବିଜେପି କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପାଞ୍ଚଟି ପଞ୍ଚାୟତ ଅଠର ବାଟିଆ, ସୀଙ୍ଗେଶ୍ଵର, ବଡକୁଳ, ଡୁଙ୍ଗମାଳ ଓ ନିମିକ୍ଷେତା ପଞ୍ଚାୟତ ର ନେତା ଓ ପଞ୍ଚାୟତ ମାନଙ୍କ ରୁ ଆସିଥିବା ଛାମୁଆ ସଂଗଠକ ଯୋଗ ଦେଇଥିଲେ l ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ମହାନ୍ତି, ମୁଖ୍ୟ ସଂଗଠିକା ମମତା ପରିଡା, ଲଷ୍ମଣ ପ୍ରଧାନ, ଭାଗବତ ଜାଲି, ପବିତ୍ର କୁମାର ଦାସ, ପାଣ୍ଡଵ ମାର୍ଥା ପ୍ରଭୃତି ଯୋଗ ଦେଇଥିଲେ l ଆଗାମୀ 2024 ନିର୍ବାଚନକୁ ଆଖି ଆଗରେ ରଖି ତୃଣମୂଳ ସ୍ଥରରେ ସଂଗଠକଙ୍କ ଜରିଆରେ ଜନତାଙ୍କୁ ଏକାଠି କରିବା ପାଇଁ ଆହ୍ୱାନ ଦେଇଥିଲେ l ଚିଲିକା ରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ ଫାଇଦା ନେବାପାଇଁ ବିଜେପି ଛକି ବସିଥିବା ବେଳେ, ମଣ୍ଡଳ ବୈଠକ ସତେ ଯେମିତି ଖୋରାକ ଯୋଗାଇବା ଭଳି ସଦୃଶ ହେଉଛି l

Leave a Reply

Your email address will not be published. Required fields are marked *