ଦେବଗିରୀ ବନାଞ୍ଚଳ ପକ୍ଷରୁ ଚାରା ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦେବଗିରୀ ବନାଞ୍ଚଳ ପକ୍ଷରୁ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୀତାଫଳ, ପିଜୁଳି ଏହିଭଳି ବିଭିନ୍ନ କିସମର ଚାରା ଏକ ଟଙ୍କାରେ ଆଧାର କାର୍ଡ ଦେଖାଇ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି । ଜନ ସାଧାରଣ ବିଭିନ୍ନ ଚାରା ନେଇ ନିଜର ବାଡ଼ି ବଗିଚାରେ ରୋପଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ରେଞ୍ଜର ଏନ ଡି ଶର୍ମା, ଫରେଷ୍ଟର ପି ଭେଙ୍କେଟେ ରାମାଣା, ଶିବରାମ ସାବତଙ୍କ ସମେତ ପାରା ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଚାରା ବଣ୍ଟନ କରିଥିଲେ । ବିଭାଗର ଏହି କାର୍ଯ୍ୟକ୍ରମକୁ ଜନ ସାଧାରଣ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *