କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଜରଙ୍ଗ ଦଳ କଟକ ମହାନଗର ତରଫରୁ ସିଏମସି କମିଶନର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ କଟକ ସହରରେ ବେଆଇନ ଭାବେ କଂସେଇ ମାନଙ୍କ ଦ୍ଵାରା ଚିହ୍ନଟ କରାଯାଇଥିବା ଗାଇ ଗୁଡ଼ିକୁ କାଞ୍ଜିଆହୁଦା କୁ ନ ନେଇ ଘରୋଇ ଗାଇ ଗୁଡ଼ିକୁ ଉଠା ଯାଉଛି ! ଉଦ୍ଦେଶ୍ୟ ମୂଳକ ଭାବରେ ସେମାନଙ୍କୁ ରାସ୍ତା ଉପରେ ଛଡା ଯାଉଛି । ଦ୍ଵିତୀୟରେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗର ଖାଦ୍ୟ ନିରାପତ୍ତା ଦଳ ଦ୍ବାରା ବିଭିନ୍ନ ବୁଲା ବେପାରୀ ଓ ହୋଟେଲ ମାନଙ୍କରେ ଚଢ଼ାଉ କରାଯାଇ, ଖାଦ୍ୟର ଗୁଣବତ୍ତା ଯାଞ୍ଚ କରା ଯାଉଛି ଏବଂ ସେଗୁଡିକୁ ଜବତ କରା ଯାଉଛି କିନ୍ତୁ ନିର୍ଦ୍ଧିଷ୍ଟ କେତକ ହୋଟେଲ ରେ ଖୁଲମଖୁଲା ଭାବରେ ଗୋମାଂସ ବିକ୍ରି କରା ଯାଉଥିଲେ ମଧ୍ୟ କଣ ପାଇଁ ଯାଞ୍ଚ କରା ଯାଉନି ? ଉକ୍ତ ତଥ୍ୟ ଗୁଡ଼ିକ ଆଧାରରେ ଯଦି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନାଯାଏ,ତେବେ ବଜରଙ୍ଗ ଦଳ ତରଫରୁ ଏକ ବିଶାଳ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବଜରଙ୍ଗ ଦଳ କଟକ ମହାନଗର ସଂଯୋଜକ ଶ୍ରୀ ଅସିତ୍ କୁମାର ସ୍ବାଇଁ,ସହ ସଂଯୋଜକ ବିକାଶ ନାୟକ ଓ ଆନନ୍ଦ ପାଣିଗ୍ରାହୀ, ଗୌରବ ପାତ୍ର, ବିଭାଗ ସଂଯୋଜକ ସଞ୍ଜୟ ସିଂହ, ପୂର୍ବତନ ସଂଯୋଜକ ଜିତେନ୍ଦ୍ର ସାହୁ, ଗୌର କମଲ କୁମାର,ପୂର୍ବତନ ସହ ସଂଯୋଜକ ଚନ୍ଦ୍ର ଶେଖର ବିଶ୍ଵାଳ,ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପ୍ତି ରଞ୍ଜନ ସାହୁ,ଉଦୟନାଥ ମହାନ୍ତି, ଗୋରକ୍ଷା ପ୍ରମୁଖ ଦୀପକ ବାରିକ, ଜ୍ୟୋତିକୃଷ୍ନ ସ୍ବାଇଁ, ଅମିତ୍ ପ୍ରଧାନ, ନରେଶ ବାରିକ,ସିକୁନ ମହାନ୍ତି,ପ୍ରହ୍ଲାଦ ମହାରଣା , ସଂଗ୍ରାମ ଗ୍ରହାଚାର୍ଯ୍ୟ,ସତ୍ୟଜିତ ସେନାପତି, ଭୂମିକ ବେହେରା,ରାକେଶ ଲେଙ୍କା,ହାପି ଦାସ, ପ୍ରଦୀପ୍ତ ତିୱାରୀ, ସୌଭାଗ୍ୟ ରଞ୍ଜନ ଦାସ, ରଞ୍ଜନ ଦାସ,ଉଦିତ ସେନ,ସୌମ୍ୟ ରଞ୍ଜନ ସେଠୀ, ସନ୍ତୋଷ ରଣା, ଶେଖର ଡାକୁଆ, ତାପସ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।
ସିଏମସି କମିଶନର ଙ୍କୁ ବଜରଙ୍ଗ ଦଳ କଟକ ମହାନଗର ତରଫରୁ ଦାବୀପତ୍ର !!!

