ଇଣ୍ଡିଆନ କୋପରେଟିଭ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା ଭବନ ଠାରେ ଇଣ୍ଡିଆନ କୋପରେଟିଭ କଂଗ୍ରେସ ର ସହଯୋଗରେ କାଇପଦର ଏବଂ ବଙ୍ଗିଦା ପଞ୍ଚାୟତର ପାଖାପାଖି 300 ବ୍ୟକ୍ତିଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଥିଲା l ଏହି ସଭାରେ ସଭାପତିତ୍ୱ କରିଥିଲେ ବଙ୍ଗିଦା ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ ମହାପାତ୍ର ଏବଂ ସମ୍ପାଦନା କରିଥିଲେ ଖୋର୍ଦ୍ଧା କୋପରେଟିଭ ୟୁନିଅନର ଅଧିକାରୀ ଶୁଭ୍ରାଂଶୁ କୁମାର ବେହେରା l ସଭାର ଆରମ୍ଭରେ, ନୂଆଦିଲ୍ଲୀ ଠାରେ ଇଣ୍ଡିଆନ କୋପରେଟିଭ କଂଗ୍ରେସର ସତର ତମ କାର୍ଯ୍ୟକାରିଣୀ ବୈଠକ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନର ସିଧା ପ୍ରସାରଣ ଜନସାଧାରଣଙ୍କୁ ଦେଖା ଯାଇଥିଲା l ଆଗାମୀ ଦିନରେ କିଭଳି ଭାବରେ ଗ୍ରାମାଞ୍ଚଳର ଏବଂ ଗ୍ରାମାଞ୍ଚଳରେ କୁଟୀର ଶିଳ୍ପ ଉନ୍ନତି ହେବ, ସେ ବିଷୟରେ ଏକ ଆଲୋଚନା ଚକ୍ର ଗଢି ଉଠିଥିଲା l ପରିଶେଷରେ ସୋସାଇଟିର କର୍ମଚାରୀ ଅକ୍ଷୟ କୁମାର ଜଗଦେବ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *