ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା ବିଟ ହାଉସ ଅନ୍ତର୍ଗତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଖବର ମିଳିଛି । ଲୁଟେରା ମାନେ କଲେଜ ମୁଖ୍ୟ ଫାଟକ ତାଲା ଭାଙ୍ଗି କଲେଜ ଭିତରେ ପଶି ଏକାଧିକ କାର୍ଯ୍ୟାଳୟରୁ ଅନେକ ବୈଦ୍ୟୁତିକ ସାମଗ୍ରୀ ଲୁଟି ନେଇ ଥିବାର ଜଣା ପଡ଼ିଛି । ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ ବିଭାଗ କକ୍ଷର ତାଲା ଭାଙ୍ଗି ତନ୍ମଧ୍ୟରୁ ବହୁ ସାମାନ ଲୁଟି ନେଇଛନ୍ତି । ତତସହିତ ପ୍ରମାଣ ହଜେଇବା ପାଇଁ କଲେଜ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି । ବାଲୁଗାଁ ଏବଂ ବାଣପୁର ବାସିନ୍ଦା ମାନେ ସତେ ଯେମିତି ଚୋରି ପର୍ବ ପାଳନ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାରି ପୂର୍ବରୁ ଦୁର୍ବୁତ୍ତ ମାନେ ନିକଟସ୍ଥ ଫାଣ୍ଡି ଭିତରେ ପଶି ଫାଣ୍ଡି ଅଧିକାରୀଙ୍କ ଗାଡିକୁ ଲୁଟିବାକୁ ପଛାଇ ନଥିଲେ । ଏ ନେଇ ଫାଣ୍ଡି ଅଧିକାରୀ ଶ୍ରୀ ବିଶ୍ଵାଳଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ବର୍ତ୍ତମାନ ସମୟରେ ଫାଣ୍ଡିରେ କର୍ମଚାରୀ ଅଭାବ ଏବଂ ଆପଣଙ୍କ ଜରିଆରେ ସରକାରଙ୍କୁ ଜଣାଉଛୁ କି ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା ପାଇଁ । ମୂଖ୍ୟ କଥା ହେଉଛି ଗମ୍ଭାରିମୁଣ୍ଡା ଗ୍ରାମକୁ ସଂଯୋଗ ହୋଇଥିବା ମୂଖ୍ୟ ରାସ୍ତାର ଆରମ୍ଭ ଏବଂ ଶେଷରେ ଦୁଇଟି ସମ୍ବେଦନଶୀଳ ଥାନା ରହିଥିଲେ ମଧ୍ୟ କିଭଳି ଦୁର୍ବୁତ୍ତ ମାନେ ଏଭଳି ଘଟଣା ଭିଆଇବାକୁ ସାହାସ ଜୁଟାଉଛନ୍ତି । ତେବେ ଏହି ଭଳି ଘଟଣା ଗମ୍ଭାରୀମୁଣ୍ଡା ଅଞ୍ଚଳରେ ବାରମ୍ବାର ଚୋର ମାନଙ୍କର ଉତ୍ପାତ ବଢି ଚାଲିଥିବାରୁ ପେଟ୍ରୋଲିଙ୍ଗ କଡାକଡି କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ନାଚୁଣୀ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି ।

