ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳର ପରିଷଦର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ବାଣପୁର ର ସମସ୍ତ ୱାର୍ଡ କୁ କିପରି ସରସ ସୁନ୍ଦର କରାଯିବ ସେନେଇ କାଉନସିଲର ମାନେ ପ୍ରସ୍ତାବ ଦେଇଥିଲେ । ସରକାର ଙ୍କର ସମସ୍ତ ପ୍ରକାର ସୁବିଧା କିପରି ଲୋକ ମାନେ ପାଇ ପାରିବେ ତାହା ମଧ୍ୟ ଆଲୋଚନା କରିଥିଲେ । ଖାଉଟି ସାମଗ୍ରୀ, ଭତା, ଆବାସ ଯୋଜନା ପରି ଆହୁରି ଅନ୍ୟ ସରକାରୀ ସୁବିଧା କିପରି ପାଇ ପାରିବେ ସେ ଉପରେ ମଧ୍ୟ କାଉନସିଲର ମାନଙ୍କୁ ଅବଗତ କରାଯାଇଛି । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦଶ ରୁ ବାର ଦିନ ଭିତରେ ସ୍ଥାନୀୟ ଜନ ସାଧାରଣ ଚବିଶି ଘଣ୍ଟିଆ ପାନୀୟ ଜଳ ପାଇ ପାରିବେ । ରାତିରେ ଗାଈ ଗୋରୁ ମାନେ ରାସ୍ତା ଘାଟରେ ଶୋଉଥିବାରୁ , ବୁଲା ଗାଈ ଗୋରୁ ମାନଙ୍କ ପାଇଁ ଘଣ୍ଟଶିଳା ପାହାଡ଼ ପାଖରେ ଏକ ଗୋଶାଳା ସହିତ କାଞ୍ଜିଆ ହୁଦା ନୃତନ ଗୃହ ନିର୍ମାଣ ହେବ !
ବାଣପୁର ର ଡ୍ରେନେଜ୍ ସୁବିଧା, ବାଣପୁର ଅଞ୍ଚଳରେ ଡେଙ୍ଗୁ ବାହାରି ଥିବାରୁ ସ୍ଥାନୀୟ ଜନ ସାଧାରଣ ଙ୍କୁ ଜ୍ଵର ଆସିଲେ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରିବା ପାଇଁ ସମସ୍ତଙ୍କୁ ଅଧ୍ୟକ୍ଷ ବୈଠକ ରେ ସଚେତନ କରିଥିଲେ । ବାଣପୁର ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ କଲେଜ ର ଖେଳ ପଡିଆ, ମୁକ୍ତାକାଶ ଜିମ , ଫେବର୍ ବ୍ଲକ, ବିଦ୍ୟାଳୟର ଚେୟାର ଟେବୁଲ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ! କିଛି ବିଦ୍ୟାଳୟରେ ଆଲୋକୀକରଣ ହୋଇଥିବା ବେଳେ ଆଉ କିଛି ବିଦ୍ୟାଳୟ ମାନଙ୍କରେ ଏହି ଭଳି କାର୍ଯ୍ୟ ହେବ ବୋଲି ମଧ୍ୟ କହିଥିଲେ ଅଧ୍ୟକ୍ଷ । ସମ୍ବେଦନଶିଳ ଜାଗା ମାନଙ୍କରେ ସିସିଟିଭି ଲଗେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣି ଶ୍ରୀମତୀ କାଦମ୍ବିନୀ ଜେନା , ଉପାଧ୍ୟକ୍ଷା ଶ୍ରୀମତୀ ପ୍ରାଚୀପ୍ରଭା ସ୍ଵାଇଁ, ଶିକ୍ଷା ଅଧିକାରୀ ସନାତନ ଜାଲି ଙ୍କ ସମେତ ସମସ୍ତ କାଉନସିଲର, କର୍ମଚାରୀ, ଶିକ୍ଷାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଡିଲର, ଖାଉଟି ଅଧିକାରୀ, ସ୍ଵାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।