କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୂହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଅଗଷ୍ଟ 17 ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେବାକୁ ସ୍ଥିର ହୋଇଛି । ତେବେ ଇତି ମଧ୍ୟରେ ଦାବୀ ପୂରଣ ନ ହୁଏ 18 ତାରିଖ ରୁ ସମସ୍ତେ ସମୂହ ଛୁଟିରେ ରହି ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବିଭିନ୍ନ ବ୍ଳକ ଶାଖା ପକ୍ଷରୁ ବିଭିନ୍ନ ଦାବୀ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷା ଗତ ଯୋଗ୍ୟତା +2 ରୁ +3 କରିବା ସହିତ ଦରମା ହାର ଲେବୁଲ 5 ରୁ 9 କୁ ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି10 ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡି ଓ ପଦଵୀ ରେ 100 % ପଦୋନ୍ନତି ପ୍ରଦାନ କରିବା ଓ ଓ ପି ଆର ଏସ କ୍ୟାଡର ରୁଲରେ ଅନ୍ତର୍ଭୁକ୍ତ କରିବା ଆଦି ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହା ପରେ ମଧ୍ୟ ସରକାର ଦାବି ପୂରଣ କରି ନ ଥିବାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ ରେ ଯୋଗ ଦେଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ପକ୍ଷରୁ ଜଣା ପଡ଼ିଛି !

Leave a Reply

Your email address will not be published. Required fields are marked *