ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ : ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ହଷ୍ଟେଲ ରେ ରହୁଥିବା ୬ଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକର ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶନିବାର ମଧ୍ୟାହ୍ନରେ ପିଲାଟି ହଠାତ ଅଚେତ ହୋଇ ଯାଇଥିଲା, ନିକଟରେ ଥିବା ଅନ୍ୟ ଛାତ୍ର ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସାଳୟ ରେ ପହଞ୍ଚିବା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତର ପ୍ରକାଶ କରିଥିଲେ । ମୃତ ଛାତ୍ର ଜଣକର ଘର କୋଟଗଡ ବ୍ଲକ ଓରା କଲୋନୀ ସାହିର ଶ୍ରୀ ନାୟକ ଙ୍କ ତିନି ଝିଅ ରେ ଏକ ମାତ୍ର ପୁଅ ହୋଇ ଥିବାରୁ ସମଗ୍ର ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଏପରି ପୂର୍ବରୁ ମଧ୍ୟ ବିଭିନ୍ନ ସେବଶ୍ରମ ଗୁଡିକ ରେ ଛାତ୍ର ଛାତ୍ରୀ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଛାତ୍ର ଛାତ୍ରୀ ଆଶ୍ରମ ଛାଡି ପଳାଇବା ଭଳି ବିଭିନ୍ନ ଅରାଜକତା ଘଟଣା ଲୋକ ଲୋଚନ କୁ ଆସିବା ପରେ ଅଭିଭାବକ ମାନେ ଆଶ୍ରମ ବିଦ୍ୟାଳୟ ରେ ନିଜ ପିଲା ମାନଙ୍କୁ ପାଠ ପଢିବା ପାଇଁ ଛାଡିବା ଉଚିତ ମନେ କରୁନାହାନ୍ତି l ଏଣୁ ଅଞ୍ଚଳ ବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ତଦନ୍ତ ଦାବୀ କରିଛନ୍ତି l ଖବର ପାଇ ବାଲିଗୁଡା ବ୍ଲକ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି l ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାରୁ ସେ କିଛି ନ କହି ଘଟଣା ସ୍ଥଳରୁ ଚାଲି ଯାଇଥିଲେ l

Leave a Reply

Your email address will not be published. Required fields are marked *