ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯ୍ୟକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା । ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ପ୍ରମୂଖ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ । ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁ ଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା । ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରି ନେଇଥିଲା । ବ୍ୟାଗ ରେ ଥିବା ୫ କେଜି ଗଞ୍ଜେଇ ଜବତ କରାଯାଇଥିବା ସମୟରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି .
ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ଯାଞ୍ଚ ଅଭିଯାନ : ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ !!!

