ପୁରୁଖା ନେତାଙ୍କ ମାଷ୍ଟର ପ୍ଲାନ : ନୟାଗଡ ଜିଲ୍ଲାରେ ଦଳୀୟ ଟିକେଟ ପାଇବାରେ କେହି ରିପିଟ ହେବେନି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବଢୁଛି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଡୁଆ ! ନୟାଗଡ ରାଜନୀତିରେ ଆସିଲା ଟ୍ଵିଷ୍ଟ ! ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲା ର ପୁରୁଖା ନେତାଙ୍କ ମାଷ୍ଟର ପ୍ଲାନ ! ଦଳୀୟ ଟିକେଟ ପାଇବାରେ କେହି ରିପିଟ ହେବେନି , ଏପରି ସୁପର ପ୍ଲାନ କୁ ଧରି ଦୁଇ ଦଶନ୍ଧି ଧରି ନିଜର ପତିଆରା ଜମେଇ ଥିବା ନେତାଙ୍କ ଟାର୍ଗେଟ ରେ ଏବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ! ମନ୍ଦିର ପରିସରରେ ଫଳକ ଭଙ୍ଗା ଠାରୁ ଆରମ୍ଭ କରି ଦଶପଲ୍ଲା ରେ ବିରୋଧ ର ସ୍ୱର ପର୍ଯ୍ୟନ୍ତ ସମସ୍ତ ଘଟଣା ପ୍ରାୟୋଜିତ ବୋଲି କହୁଛନ୍ତି ବିଧାୟକଙ୍କ ସମର୍ଥକ ! ଏବେ ଆଉ ଏକ ନୂଆ ଏପିସୋଡ଼ ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ମହୀପୁର ରେ ! ଘଟଣାକୁ ନେଇ ଲୋକେ କହୁଛନ୍ତି ଦଶପଲ୍ଲା ବିଧାୟକଙ୍କ ପାଇଁ ବଢିଲା ସମସ୍ୟା । ବ୍ୟାପିଲା ବିରୋଧର ସ୍ୱର । ତେଜିଲା ଜନ ଅସନ୍ତୋଷ l ରାଜରାସ୍ତାରେ ବିଧାୟକଙ୍କ କୁଶ ପୁତ୍ତଳିକାକୁ ଚପଲ ମାଡ ସହ ଦାହ କଲେ ଜନସାଧାରଣ । ଦଶପଲ୍ଲା ବିଧାୟକଙ୍କ ବିରୋଧରେ ମହିପୁର ରାଜରାସ୍ତାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଘଟଣାକୁ ଦେଖି ଅନ୍ୟ ଦଳର ନେତା କହୁଛନ୍ତି – ପ୍ରତିଫଳିତ ହୋଇଛି ଦୀର୍ଘଦିନର ଜନ ଅସନ୍ତୋଷ । ଜନସାଧାରଣଙ୍କ ଦାବୀକୁ ବିଧାୟକ ରମେଶ ବେହେରା ଗୁରୁତ୍ବ ଦେଉନଥିବା ବେଳେ ଜନ ଅସନ୍ତୋଷ ଏବେ ନେଇଛି ଏପରି ଉଗ୍ର ରୁପ । ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜନ ଆନ୍ଦୋଳନ ସୃଷ୍ଟି ହେବା ସହ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଜନତା l ଏହା ଛଡା ବିଧାୟକଙ୍କ ବିରୋଧରେ ନାରା ବାଜି କରିବା ସହ ଆଗକୁ ଆନ୍ଦୋଳନ ବ୍ୟାପକ କରିବାକୁ ଆନ୍ଦୋଳନକାରୀ ଦେଇଛନ୍ତି ଚେତାବନୀ । ନୂଆଗାଁ ବ୍ଲକ ମହୀପୁର ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ଗଣଧାରଣା ବେଳେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l ବ୍ଲକର 22ଗୋଟି ପଞ୍ଚାୟତରୁ 16ଗୋଟି ପଂଚାୟତବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି l ମହୀପୁର ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ 16 ପଞ୍ଚାୟତବାସୀ ମହୀପୁର ଠାରେ ଏକତ୍ରିତ ହୋଇ ଗଣଧାରଣାରେ ସାମିଲ ହୋଇଥିଲେ l ଆଗକୁ ଏ ଆନ୍ଦୋଳନ ଜୋରଦାର ହେବାକୁ ଥିବାବେଳେ ଦାବୀ ପୁରଣ ନହେଲେ ବିଧାୟକ ରମେଶ ବେହେରଙ୍କ ପାଇଁ ଏହା ମହଙ୍ଗା ପଡିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

Leave a Reply

Your email address will not be published. Required fields are marked *