ରମାଦେବୀ ମହିଳା ମହାବିଦ୍ୟାଳୟ ରେ ସ୍ଵଚ୍ଛତା ହିଁ ସେବା କାଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଆନୁକୁଲ୍ୟରେ ୧ ତାରିଖ ଦିନ ୧୦ ଘଟିକା ସମୟରେ ବିଶ୍ୱ ବିଦ୍ୟାଳୟ ପରିସରରେ ସ୍ଵଚ୍ଛତା ହିଁ ସେବା କାଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟତମ ଅତିଥି ଭାବରେ ଏନ.ସ.ସ ର ଆଂଚଳିକ ନିର୍ଦେଶିକା ସୁଶ୍ରୀ ସରିତା ପଟେଲ ଯୋଗଦେଇ ଓ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ I ବିଶ୍ଵ ବିଦ୍ୟାଳୟର ୧୨୦ ଜଣ ରାଷ୍ଠ୍ରୀୟ ସେବା ଯୋଜନା, ଯୁଥ ରେର୍ଡ କ୍ରସ ଓ ଏନ ସି ସି କାଡେଡ୍ ଏଥିରେ ସାମିଲ ହୋଇଥିଲେ । ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି କାଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟର ପରିସର ଓ ଆଖାପାଖ ପରିସରରେ କରାଯାଇଥିଲା । ଏହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଶ୍ଵ ବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନା ର ସଂଯୋଜକ ଡ. ସୁଶାନ୍ତ କୁମାର ପଟ୍ଟନାୟକ , ଏଥିରେ ସହାୟତା କରିଥିଲେ କାଯ୍ୟକ୍ରମ ଅଧିକାରୀ ସୁଶ୍ରୀ ଗୀତାଞ୍ଜଳି ନାୟକ, ଏ ବି ଆଭା ଆୟୁଷୀ, ସସ୍ମିତା ସେଠୀ, ରେବତୀ ମହାରଣା ଓ ଡ. ସୁନୀଲ କୁମାର ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *