ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଠାରେ ସ୍ବର୍ଗତ ସୁରେନ୍ଦ୍ର ସୁବୁଦ୍ଧି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ପରିସରରେ ବାଲୁଗାଁ ଅଞ୍ଚଳର ବରିଷ୍ଠ ବ୍ୟବସାୟୀ ସ୍ବର୍ଗତ ସୁରେନ୍ଦ୍ର ସୁବୁଦ୍ଧି ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ସଂଚାଳିକା ସରିତା ଭଉଣୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଜୟକୃଷ୍ଣ ଭାଇ ଯୋଗଦେଇ ଇଶ୍ଵରୀୟ ପରିଚୟ ପ୍ରଦାନ କରିଥିଲେ । ସ୍ବର୍ଗତ ସୁରେନ୍ଦ୍ର ସୁବୁଦ୍ଧି ଙ୍କ ପୁତ୍ର ସୂର୍ଯ୍ୟ ସୁବୁଦ୍ଧି ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ବିଦ୍ୟାର୍ଥୀ ଅଟନ୍ତି ! ତେଣୁ ନିଜ ପିତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଶ୍ରମ ପରିସରରେ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଉକ୍ତ ସଭା କାର୍ଯ୍ୟରେ ଆଶ୍ରମ ର ସମସ୍ତ ଭାଇ ଭଉଣୀ ଙ୍କ ସମେତ ସ୍ବର୍ଗତ ସୁରେନ୍ଦ୍ର ସୁବୁଦ୍ଧି ଙ୍କ ପରିବାର ବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା ।

Leave a Reply

Your email address will not be published. Required fields are marked *