ବାଣପୁର ପାର୍କବଜାର ସାହିରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ହେଉଛି କୁମାର ପୂର୍ଣ୍ଣିମା ଓ ପବିତ୍ର ମାଆ ଗଜଲକ୍ଷ୍ମୀ ଙ୍କ ପୂଜା l ବାଣପୁର ଅଞ୍ଚଳ ଏବେ ବେଶ ଚଳ ଚଞ୍ଚଳ ! ଓଡ଼ିଶାର କୋଣ ଅନୁକୋଣ ରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆଜି ଅନୁଷ୍ଠିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ୱାଡରେ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ପାର୍କବଜାର ଆନୁକୁଲ୍ୟରେ ଆଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା l ବିଭିନ୍ନ ଆଲୋକ ମାଳା ସହିତ ମାଆଙ୍କ ପୂଜା ମଣ୍ତପ ଓ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗ ବେରଙ୍ଗ ଶାଢ଼ୀରେ ସୁସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ମାଆଙ୍କର କଳସ ଶୋଭା ଯାତ୍ରା ଓ ସୂର୍ଯ୍ୟ ପୂଜା ଖୁବ୍ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି l ତେବେ ଚାରିଦିନ ବ୍ୟାପି ଉକ୍ତ ପୂଜା ହେବାକୁ ଥିବାବେଳେ ତାହା କିପରି ଶାନ୍ତିଶୃଙ୍ଖଳା ର ସହ ହେବ ସହିତ ହେବ ଏବଂ ଅନୁରୂପ ଭାବେ ମା’ଙ୍କ ଭଷାଣି ଉତ୍ସବ କିପରି ଏ ନେଇ ହେବ ପୂଜା କମିଟିର ସମସ୍ତ ସଦସ୍ୟ ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଙ୍ଗିକାରବଦ୍ଧ ଥିବାର କମିଟି ସଭାପତି ସୂଚନା ଦେଇଛନ୍ତି।।

Leave a Reply

Your email address will not be published. Required fields are marked *