୧୬ ତମ ” ମହାନଦୀ ପୂଜନ” ଓ ୧୦୮ ଆଳତୀ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରତ୍ୟେକ ମାସ ପୂର୍ଣ୍ଣିମା ପରି , ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ କଟକ ଗଡ଼ଗଡ଼ିଆ ଘାଟ ଠାରେ ମହାନଦୀ ପୂଜନ କମିଟି ତରଫରୁ ୧୬ ତମ ” ମହାନଦୀ ପୂଜନ” ଓ ୧୦୮ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ର ଗ୍ରହଣ ପାଇଁ ସନ୍ଧ୍ୟା ସମୟରେ ଆଳତୀ କାର୍ଯ୍ୟକ୍ରମ ନହୋଇ, ଶୁଭ ସମୟ ଅନୁଯାଇ ଦ୍ଵି ପ୍ରହର 3.30 ସମୟରେ ଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ଓ ଭକ୍ତମାନେ ଉପସ୍ଥିତ ରାହି ଆଳତୀ କରିଥିଲେ । ଘଣ୍ଟ ଘଣ୍ଟି ସହିତ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠିଥିଲା ଗଡ଼ଗଡ଼ିଆ ଘାଟ !

Leave a Reply

Your email address will not be published. Required fields are marked *