ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପୋଲିସ ପକ୍ଷରୁ ବାଲୁଗାଁ ଥାନା ଅଞ୍ଚଳରେ ଚଢ଼ାଉ କରି ୫ ଟି ମୋଟର ବାଇକ୍ ଜବତ କରାଯିବା ସହ ୪ ଜଣ ଜୁଆଡି ଙ୍କୁ ଗିରଫ କରାଯାଇଛି ! ସୂଚନା ମୁତାବକ ବାଲୁଗାଁ ଥାନା ଅଧୀନସ୍ଥ ସାମନ୍ତସିଂହାରପୁର କଲେଜ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଜୁଆ ଖେଳ ଚାଲିଥିବାର କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ । ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ ଟି ମୋଟର ବାଇକ୍ ସହ ନଗଦ ୮୫୦୦ ଟଙ୍କା ଜବତ କରିଥିଲେ । ଅଭିଯୁକ୍ତ ମାନେ କୁମାଣ୍ଡଳ ଗ୍ରାମର ବରଜୁ ବେହେରା (୩୩), କାଲୁରି ଗ୍ରାମର ଜିତେନ୍ଦ୍ର ସୁନ୍ଦରାୟ(୩୪), ଆଙ୍କୁଲା ଗ୍ରାମର ପ୍ରସନ୍ନ ରାଉତ (୩୯), ସାମନ୍ତସିଂହାରପୁର ଗ୍ରାମର ସୁବୋଧ ପାଇକରାୟ(୩୨) ବୋଲି ଜଣାଯାଇଛି ! ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବାଲୁଗାଁ ଥାନାରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନଂ ୩୧୮ / ୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାର ଥାନାଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।
ବାଲୁଗାଁ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ : ୪ ଗିରଫ !!!

