କିଏ ହେବ “ଚିଲିକା”ର ପରବର୍ତ୍ତୀ ବିଧାୟକ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାରେ ଏବେ ନିର୍ବାଚନ ତାତି ଆରମ୍ଭ ହୋଇ ଯାଇଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ସେଥିଲାଗି ଉତ୍ସୁକତା ବଢି ଚାଲିଛି। ଏଠାରେ କଂଗ୍ରେସ ଓ ବିଜେପିରୁ ସେହି ପୁରୁଣା ପ୍ରାର୍ଥୀ ଟିକେଟ ପାଇବେ ବୋଲି ଆଶା କରାଯାଉଛି । କିନ୍ତୁ ସାରା ଓଡିଶାରେ ଗୋଳିଆ ପରିସ୍ଥିତି ରହିଛି ଶାସକ ବିଜେଡି ଦଳରେ ନେତା ମାଳମାଳ। ତେଣୁ ଆଶାୟୀ ଅସନ୍ତୁଷ୍ଟ ନେତା ବାହାରିବା ସ୍ବାଭାବିକ। ଚିଲିକା ପରିସ୍ଥିତି ମଧ୍ୟ ସେଥିରୁ ବାଦ୍ ଯାଇନି।
ଏଠାରେ ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁ ଜଣେ ଆଶାୟୀ ପ୍ରାର୍ଥୀ ଥିଲା ବେଳେ ଦୀର୍ଘ ୧୫ବର୍ଷ ଧରି ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ରଖି ଆସିଛନ୍ତି। ଗତ ନିର୍ବାଚନରେ ସେ ଟିକେଟ ପାଇନଥିଲେ ବି ତାଙ୍କ ପୂର୍ଣ୍ଣ ସହଯୋଗ ହେତୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବାର ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ବ୍ୟକ୍ତିଗତ ଭାବରେ ତାଙ୍କ ସମର୍ଥନରେ ଦଶହଜାରରୁ ଉର୍ଦ୍ଧ୍ଵ ଭୋଟ ରହିଛି। ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ଥିବାବେଳେ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ନିଜର କରି ଅନେକ ବିଜେଡି କର୍ମୀ ଓ ଛାମୁଆଙ୍କୁ ଅଣଦେଖା କରିଥିଵାରୁ ସେମାନେ ଦୂରେଇ ରହିଛନ୍ତି। ଏବେ ସେଦିନର ଆପଣାର ବୋଲାଉଥିବା ଦଲାଲମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି। ଯଦି ରଘୁ ବିଜେଡିରୁ ପ୍ରାର୍ଥୀ ହୁଅନ୍ତି ପୁରୁଣା କର୍ମୀ ଓ ଛାମୁଆ ପୁଣି ଫେରି ଆସିବେ। ଅନ୍ୟପକ୍ଷରେ ଯଦି ପୃଥ୍ୱୀରାଜ ବିଜେପିର ପ୍ରାର୍ଥୀ ହୁଅନ୍ତି କିଛି ବିଜେପି କର୍ମୀ ମଧ୍ୟ ରଘୁବାବୁଙ୍କ ସମର୍ଥନକୁ ଚାଲି ଆସିବେ। ତେଣୁ ରଘୁବାବୁଙ୍କ ବିଜୟ ସମ୍ଭାବନା ଅଧିକ। ଯଦି ପୃଥ୍ୱୀରାଜଙ୍କୁ ଛାଡି କେହି ଟାଣୁଆ ପ୍ରାର୍ଥୀ ଲଢନ୍ତି ତେବେ ରଘୁବାବୁଙ୍କ ସହିତ ଜୋରଦାର ମୁକାବିଲା ହେବ ବୋଲି ଜଣା ପଡୁଚି। ନିର୍ବାଚନ ମଣ୍ଡଳୀ ସହିତ ସଂପର୍କ ନଥିବା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହାଭିତରେ ଏଠାକୁ କେତେଥର ଆସିବା ଏବଂ ଜନସଂପର୍କ ଯାତ୍ରାରେ ଯୋଗ ଦେବାକୁ ନେଇ ୩ୟ ମହଲା ବଳରେ ସେ କୁଆଡେ ଟିକେଟ ପାଇବେ ବୋଲି ଗୁଜବ ଉଠୁଛି। ମାନସବାବୁଙ୍କର ଏଠାର ସେମିତି ବିଶେଷ ଜନସଂପର୍କ ନାହିଁ। ତେଣୁ ସେ ବଂଧୁବାନ୍ଧବ ଅବା ସଂପର୍କୀୟଙ୍କ ଭୋଟ ୨/୩ ହଜାର ପାଇପାରନ୍ତି। ବାକି ଯାହା ବିଜେଡି ଭୋଟ୍ ପାଇବେ। କିନ୍ତୁ ଏହି କ୍ଷେତ୍ରରେ କିଛି ବିଜେଡି ଭୋଟର ବିଜେପିକୁ ଚାଲିଯିବାର ବି ସମ୍ଭାବନା ଅଛି। ଯଦି ରଘୁ ଦଳୀୟ ଟିକେଟ୍ ନପାଇସ୍ୱାଧୀନ ଭାବରେ ଲଢନ୍ତି ତେବେ ସେ ପନ୍ଦର ହଜାର ପର୍ଯ୍ୟନ୍ତ ଭୋଟ ପାଇବାର ସମ୍ଭାବନା ଅଛି, ଯାହାକି ବିଜେଡି ଲାଗି କ୍ଷତି। ଏପରି ହେଲେ ପୃଥ୍ୱୀରାଜ ୧୦/୧୨ ହଜାରରୁ ଅଧିକ ଭୋଟରେ ଜିତି ପାରନ୍ତି।ଏବେ ଚିଲିକାରେ କେତେଜଣଙ୍କ ନେତୃତ୍ୱରେ ବିଜେଡିର ପଦଯାତ୍ରା ଚାଲୁଥିବାର ଦେଖାଯାଉଛି। ସେମାନେ କୁଆଡେ ମାନସ ବାବୁଙ୍କ ଯୋଗାଯୋଗରେ ଅଛନ୍ତି। ଏମାନେ ଅତୀତରେ ରଘୁବାବୁଙ୍କ ପାଇଁ ରାଲି କରୁଥିଲେ। ୪ବର୍ଷ ପରେ ତାଙ୍କୁ ବିରୋଧ କରି ଜଗଦେଵ ବାବୁଙ୍କ ଲାଗି ରାଲି କଲେ। ଜଗଦେବବାବୁ ଆଉ ଟିକେଟ ପାଇବାର ସମ୍ଭାବନା ନଥିବାରୁ ତାଙ୍କୁ ଛାଡି ଏବେ ମାନସବାବୁଙ୍କ ଶିବିରରେ! ଏଭଳି କିଛି ରାଲି ଇତ୍ୟାଦି କରି ନେତାଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ଖାସ ଲୋକ ହେବା ଏମାନଙ୍କ ମୂଳ ଲକ୍ଷ୍ୟ। ଯାହାଫଳରେ ସେହି ନେତାଙ୍କ ଛାଇତଳେ ରହି ୪/୫ବର୍ଷ ଭଲ ରୋଜଗାର କରିହେବ!ସମ୍ଭାବ୍ୟ ନେତାମାନେ ଏମାନଙ୍କ ଅତୀତର କାର୍ଯ୍ୟକଳାପକୁ ଦେଖି ସତର୍କ ନ ରହିଲେ ରଘୁବାବୁ ଓ ଜଗଦ୍ଦେବଙ୍କ ଭଳି ଅବସ୍ଥା ହେବ।ଚିଲିକାବାସୀ ଏମାନଙ୍କୁ ଜଣ ଜଣ କରି ଚିହ୍ନିଛନ୍ତି।ବିଜେଡି ନେତା ହିସାବରେ ରଘୁଙ୍କର ସ୍ଥିତି ବର୍ତ୍ତମାନ ଆଗରେ।କିନ୍ତୁ ତାଙ୍କର ଅନେକ ଦୁର୍ବଳତା ରହିଛି ଯେଉଁଥିପାଇଁ ସେ ବାଟବଣା ହେଉଛନ୍ତି। ପ୍ରଥମ କଥା ସେ ଲୋକ ସଂପର୍କ ରଖି ଭଲପାଇବା ସାଉଁଟୁଥିଲେ ବି ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ ନିର୍ଦ୍ଦିଷ୍ଟ ଯୋଜନା ତାଙ୍କର ନାହିଁ। ୨ୟ କଥା ତାଙ୍କର କୌଣସି ସ୍ଥିର ନିଷ୍ପତ୍ତି ନାହିଁ। ହଠାତ୍ ନିଷ୍ପତ୍ତି ବଦଳାଇ ଦିଅନ୍ତି। ୩ୟ ଦୁର୍ବଳତା ହେଲା ସେ ନିଜକୁ ସବୁଠାରୁ ବୁଦ୍ଧିମାନ ମନେକରି ବୁଦ୍ଧିଜୀବୀଙ୍କ ପରାମର୍ଶକୁ ହେୟ ଦୃଷ୍ଟିରେ ଦେଖନ୍ତି।ତାଙ୍କ ପାଖରେ କୌଣସି ବୁଦ୍ଧିଜୀବୀଙ୍କୁ ରଖିବାକୁ ପସନ୍ଦ ନକରି ହାଁ ଜୀ କହୁଥିବା ଲୋକଙ୍କୁ ପାଖଲୋକ କରି ରଖନ୍ତି ଏବଂ ସେହିମାନଙ୍କୁ ହିଁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଅନ୍ତି। ପ୍ରକାଶ ଥାଉକି ରଘୁ ବିଧାୟକ ହେବା ପରେ ଏହିଭଳି ଲୋକଙ୍କୁ ରାଜନୈତିକ ପଦବୀରେ ବସାଇ ଥିଲେ ଏବଂ ସେଇମାନେ ହିଁ ସ୍ୱାର୍ଥ ହାସଲ ପରେ ରଘୁଙ୍କୁ ବିରୋଧ କରିଥିଲେ। ଯଦି ଏସବୁ ନୀତିକୁ ସଜାଡି ପାରନ୍ତି ତେବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବି ତାଙ୍କର ଜିତିବା ସମ୍ଭାବନାକୁ ଅସ୍ୱିକାର କରି ହେବ ନାହିଁ।ଅବଶ୍ୟ ଯଦି କେନ୍ଦ୍ର ବିଜେପି ତା’ର ସାଲିସ୍ ରାଜନୀତି ଛାଡି ଓଡିଶାରେ ସିବିଆଇ ଓ ଇଡି ଲଗାଇବ ତେବେ ସାରା ଓଡିଶାର ଇତିହାସ ବଦଳିଯିବ।

Leave a Reply

Your email address will not be published. Required fields are marked *