ଟାଙ୍ଗୀ ଥାନା ଅଞ୍ଚଳ ଘଟଣା : ଉଦ୍ଧାର ହେଲା ନିଖୋଜ ନାବାଳକ ରାହୁଲ ର ମୃତଦେହ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଉଜ୍ଜଳା ଗୋପୀନାଥପୁର ଗ୍ରାମର ନାବାଳକ ନିଖୋଜ ଘଟଣା ! ନିଖୋଜ ନାବାଳକ ର ମୃତ ଦେହ ଉଦ୍ଧାର କରିଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଉଜ୍ଜଳା ଗୋପୀନାଥପୁର ଗ୍ରାମର ନବ କିଶୋର ପ୍ରଧାନ ଙ୍କ ୩ ବର୍ଷର ନାବାଳକ ପୁଅ ରାହୁଲ ପ୍ରଧାନ ଗତ ଶୁକ୍ରବାର ଦିନ ସକାଳ ସମୟରେ ନିଜ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନିଖୋଜ ନାବାଳକ କୌଣସି ସନ୍ଧାନ ପାଇ ନଥିଲେ । ଏନେଇ ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ନିଖୋଜ ନାବାଳକ ର ମୃତ ଦେହ କୁ ପଥର ଖଣି ନିକଟରୁ ଉଦ୍ଧାର କରିଛି । ନାବାଳକ କୁ କେହି ମାରି ଫୋପାଡି ଦେଇଥିବା ବେଳେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *