ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ରାଇଟ୍ସ ଉପରେ ତିନି ଦିନିଆ କର୍ମଶାଳା !!!

0
120

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସଖା, ନେସନାଲ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଡିଫେନ୍ସ ଏବଂ ମାନବ ସମ୍ବଳ ବିକାଶ ବିଭାଗ ର ମିଳିତ ଆନୁକୁଲ୍ୟରେ ଏକ ତିନି ଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକମରେ ସ୍ୱତନ୍ତ୍ର ଭାବେ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ରାଇଟ୍ସ ୨୦୧୯ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି । ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ବିଭିନ୍ନ ବର୍ଗର ଲୋକମାନଙ୍କ ଭିତରେ ଜନ ସଚେତନତା ଓ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ପ୍ରତି ଥିବା ଭେଦ ଭାବ ଦୂର କରିବା ଓ ଟ୍ରାନ୍ସଜେଣ୍ଡର ପର୍ସନ୍ସ ପ୍ରୋଟେକ୍ସନ ରାଇଟ୍ସ ୨୦୧୯ ବିଷୟରେ ଜନ ସଚେତନତା କରିବା ଏହାର ମୂଳ ଲକ୍ଷ୍ୟ l ସମାଜରେ ସ୍ଥିରତା ଓ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟ୍ୟମର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ l ଆଜିକା ସମୟରେ ଡିଜିଟାଲ ମିଡ଼ିଆର ବ୍ୟବହାର ବହୁତ ବେଶୀ l ତେଣୁ ଡିଜିଟାଲ ମିଡ଼ିଆ ବନ୍ଧୁମାନଙ୍କ ଭିତରେ ଟ୍ରାନ୍ସଜେଣ୍ଡର ପର୍ସନ ପ୍ରୋଟେକ୍ସନ ରାଇଟ୍ସ ୨୦୧୯ ଓ ସେମାନଙ୍କୁ କିଭଳି ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସହଯୋଗ କରିବେ ତାହା ଆଲୋଚନା କରାଯାଇଥିଲା l ଏହି କର୍ମଶାଳାରେ ମୁଖ୍ଯ ଅତିଥି ରୂପେ ଡକ୍ଟର ନରେନ୍ଦ୍ର ସିଂହ , ନିର୍ଦ୍ଦେଶକ ଟିଜି, ମାନବ ସମ୍ବଳ ବିକାଶ ଭାରତ ସରକାର, ମୀରା ପରିଡା ଟ୍ରାନ୍ସଜେଣ୍ଡର ରାଇଟ୍ସ ଆକ୍ଟିଭିଷ୍ଟ ଓ ସଖାର ସଭାପତି ନେହା ମହାପାତ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ l କିମ୍ସ ହସ୍ପିଟାଲ ରେ କାର୍ଯ୍ୟରତ ମିସ୍ ସାଧନା ମିଶ୍ର , ଇଞ୍ଜିନିୟର ଆୟେଶା ବେହେରା, ସୁମନ ସାହୁ ଓ ଆଡଭୋକେଟ ଦେଵୀଦତ ସୂଚାରୁ ରୂପେ ପ୍ରଥମ ଦିନର ସଚେତନେତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here