ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍ମରଣୀକା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୩ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ଆରଣ୍ୟକ ର ପ୍ରକାଶନ ପାଇଁ ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତି, କ୍ରୀଡ଼ା, ଐତିହ୍ୟ, ଜନଜୀବନ, ଅର୍ଥନୀତି , ସାମାଜିକ ବ୍ୟବସ୍ଥା, ଭୌତିକ ବିଶେଷତ୍ୱ, ଗବେଷଣାତ୍ମକ ମୌଳିକ ରଚନା, ବିକାଶ ମୂଳକ ଓ ଫିଚର ଧର୍ମୀ ଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍ ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଇଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଏବଂ ସର୍ବାଧିକ ୧୦୦୦ ଶବ୍ଦ ବିଶିଷ୍ଟ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୧୦.୧୨.୨୦୨୩ରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ଼ଙ୍କ ନିକଟକୁ ଡାକ ଯୋଗେ, ଇ-ମେଲ (aranyaka2023@gmail.com) କିମ୍ବା ବ୍ୟକ୍ତିଗତ ଭାବେ ପଠାଇବାକୁ ସ୍ମରଣୀକା କମିଟି ତରଫରୁ ଅନୁରୋଧ କରାଯାଇଛି । ଲେଖାଗୁଡ଼ିକ ପେଜମେକର / ଓ୍ବାର୍ଡ / ମୋବାଇଲ ଟାଇପ ଫର୍ମାଟ୍ର ସଫ୍ଟ କପି ଓ କଠିନ ନକଲ ସହ ନିଜର ଏକ ପାସପୋର୍ଟ ଫଟୋ ଓ ମୋବାଇଲ ନମ୍ବର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, କମିଟିର ସଦସ୍ୟମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟି ବୈଠକ !!!

