ବାଣପୁର ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ : ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା,ଶୁକ୍ଳ ପ୍ରତିପଦା ତିଥିରେ ତିନି ଦିନ ଧରି ଲୀଳା କ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଦେବ ଦୀପାବଳୀ ଉତ୍ସବ। ଏହି ଦିନମାନଙ୍କରେ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ଦୈନକ ନୀତିକାନ୍ତି ସାରି ସଂଧ୍ୟା ଧୂପ ପରେ ଜୀଉମାନଙ୍କୁ ଧଳା ବସ୍ତ୍ର ପରିଧାନ କରାଇ ଶ୍ରାଦ୍ଧ ବେଶରେ ବେଶ କରାଯାଇଥିଲା । ରତ୍ନସିଂହାସନ ତଳେ ପୂଜକ ସାମନ୍ତ ଚାଉଳରେ କଦଳୀ ବୃକ୍ଷ କରିବା ପରେ ଦୀପ ମାନ ସ୍ଥାପନ କରାଇ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକଶ୍ରାଦ୍ଧ ନୀତିକାନ୍ତି ସମାପନ କରିଥିଲେ । ଚତୁର୍ଦ୍ଦଶୀରେ ସତ୍ୟ ଯୁଗର ମାତା ପିତା ଅଦିତି ,କାଶ୍ୟପ ଅମାବାସ୍ୟାରେ ତ୍ରେତୟା ଯୁଗର ମାତା ପିତା କୌଶଲ୍ୟା, ଦଶରଥ ଏବଂ ପ୍ରତିପଦାରେ ଦ୍ଵାପର ଯୁଗର ମାତା ପିତା ଦେବକୀ ବସୁଦେବ,ଯଶୋଦା ,ନନ୍ଦରାଜା ଏବଂ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପଦାନ ନୀତିକାନ୍ତି ସମାପନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦାନ କରି ମନ୍ଦିର ପ୍ରାଙ୍ଗଣରେ ସହସ୍ରାଧିକ ଜୀବ ପ୍ରଜ୍ଜୋଳନ କରି ଜୀଉମାନଙ୍କୁ ଦର୍ଶନ ପୂର୍ବକ ପୂର୍ଣ୍ୟ ଅର୍ଜନ କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ଏକ ମନୋଜ୍ଞ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ ତରଫରୁ ଦାଶରଥି ସାହୁ,ଦେବଦତ୍ତ ପାଣି ବାଳମୁକୁନ୍ଦ ଦାସ , ପଦ୍ମଚରଣ ମହାପାତ୍ର ,ସୋମନାଥ ହୋତା ଓ ସତ୍ୟ ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *