ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଶାସ୍ତ୍ରିଜୀ ଉନ୍ନୀତ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ପାଳନ ! ବଡମ୍ବା ହାଟ ଠାରେ ଥିବା ଶାସ୍ତ୍ରିଜୀ ଉନ୍ନୀତ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଏବଂ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଶିଷ୍ଟ ଅତିଥି ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ବଡମ୍ବା ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, କୃଷଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ତରାଇ, ଶାଶ୍ୱତ ରଞ୍ଜନ ଦାଶ, ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ମତଗଜସିଂ, ବିନୟ କୃଷ୍ଣ ମହାନ୍ତି, ଚନ୍ଦ୍ରଶେଖର ମହାନ୍ତି, ମଧୁସ୍ମିତା ମହାନ୍ତି, ଗୋଲାପ ସାହୁ, ଅଜୟ କୁମାର ମିଶ୍ର, ମାୟାଧର ରଥ, ଶିବପ୍ରସାଦ ବ୍ରହ୍ମ।, ମନୋଜ କୁମାର ପ୍ରଧାନ ଏବଂ ଶିବ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ମଞ୍ଚ ଆରୋହଣ କରିବାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପରେ ଅତିଥି ମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପଗୁଛ,ବ୍ୟାଚ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଶିବ ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶିବପ୍ରସାଦ ବ୍ରହ୍ମ ବିବରଣୀ ପଠନ କରିଥିଲେ। ପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନଙ୍କ ସହ ଅଂଚଳ ର ପୁରାତନ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡମ୍ବା ବ୍ଲକ ର ୬ ଜଣ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଶାସ୍ତ୍ରିଜୀ ଉନ୍ନୀତ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ପାଳନ !!!

