ବାଲୁଗାଁ ନୂଆଗଡ ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା : ଜଣେ ମୃତ, ତିନି ଗୁରୁତର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉକ୍ତ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନଜଣ ଗୁରୁତର ଆହତ ହୋଇଥିବା ସୁଚନା ମିଳିଛି । ସୂଚନା ମୁତାବକ ସୋମବାର ଭୋର ସମୟରୁ ଯୋଡ଼ାରୁ ଗୋପାଳପୁର ଏକ ଆଇରନ ବୋଝେଇ ଟ୍ରକ ଏବଂ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ବାଲୁଗାଁ ନୂଆଗଡ ଓଭରବ୍ରିଜ ନିକଟରେ ଆଇରନ ବୋଝେଇ ଟ୍ରକ ଟି କୌଣସି କାରଣ ବଶତଃ କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତିନି ଗୁରୁତର ଆହତ ହୋଇଥିବାର ଜଣା ପଡ଼ିଛି । ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ପହଞ୍ଚି ଗୁରୁତର ତିନି ଜଣଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ତଦନ୍ତ ଜାରି ରଖି ଥିବାର ସୂଚନା ମିଳିଛି । ମୃତକ ରାଇରଙ୍ଗପୁର ଅଞ୍ଚଳର ବୃହସ୍ପତି ମହନ୍ତ (୨୪) ବୋଲି ଜଣାପଡିଛି ।।

Leave a Reply

Your email address will not be published. Required fields are marked *