ଗଣମାଧ୍ୟମ ପ୍ରତିନିଧି ଭିଡିଓ ନେବା ପରେ , ପ୍ରଶାସନିକ ତତ୍ପରତା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଆଦର୍ଶ ଆଚରଣ ବିଧି ଲାଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ! ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ, ବ୍ୟାନରକୁ ହଟାଉଛି ପ୍ରଶାସନ ! ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏନେଇ ବିଭିନ୍ନ ସ୍ଥାନରେ ଲାଗିଥିବା ନେତାଙ୍କର ଶୁଭେଚ୍ଛା ହୋର୍ଡିଂ ଓ ବ୍ୟାନରକୁ ପ୍ରଶାସନ ପକ୍ଷରୁ ହଟା ଯାଉଥିବା ଦେଖିବାକୁ ମିଳିଛି । ବଡମ୍ବା ବ୍ଲକ ଅଧିନସ୍ଥ ପରଜପଡା ପଞ୍ଚାୟତ ରେ ଥିବା ଦେଉଳି ଗ୍ରାମରେ କପିଳେଶ୍ଵର ମନ୍ଦିର ପରିସରରେ 5T ବୋର୍ଡ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଚିତ୍ର ଥିବା ବୋର୍ଡ ଲାଗିଥିଲା ! ସ୍ଥାନୀୟ କିଛି ଲୋକଙ୍କ ଅଭିଯୋଗ କ୍ରମେ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରସାରଣ ପାଇଁ ସେ ସ୍ଥାନରେ ପହଂଚି ଭିଡିଓ ନେବା ପରେ ଦେଖିବାକୁ ମିଳିଛି ପ୍ରଶାସନିକ ତତ୍ପରତା ! ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ସେ ବୋର୍ଡ କୁ ହଟାଇଥିବାର ଜଣାଯାଇଛି !

Leave a Reply

Your email address will not be published. Required fields are marked *