କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସିଲା କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ସେହିପରି କେନ୍ଦୁଝର ଆସନ ପାଇଁ ମୋହନ ହେମ୍ବ୍ରମ, ବାଲେଶ୍ୱର ଆସନ ପାଇଁ ଶ୍ରୀକାନ୍ତ କୁମାର ଜେନା, ଭଦ୍ରକ ଆସନ ପାଇଁ ଅନନ୍ତ ପ୍ରସାଦ ସେଠୀ, ଯାଜପୁର ପାଇଁ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ ।ତା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ସସ୍ମିତା ବେହେରା, କେନ୍ଦ୍ରାପଡା ପାଇଁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର ପାଇଁ ରବୀନ୍ଦ୍ର କୁମାର ସେଠୀ ଏବଂ ପୁରୀ ପାଇଁ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *