କଟକ ସିଡିଏମଓ ଙ୍କ ଦବଙ୍ଗଗିରି ପ୍ରତିବାଦରେ ସାମ୍ବାଦିକଙ୍କ ଧାରଣା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସାମ୍ବାଦିକଙ୍କୁ ଦବଙ୍ଗ ଗିରି ଦେଖାଇଲେ କଟକ ସିଡିଏମଓ ! କଟକ ର ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭି ର କଟକ ବ୍ୟୁରୋ ଚିଫ ଦିପେଶ ମହାପାତ୍ର ଙ୍କୁ କଟକ ସିଡିଏମଓ ମକରନ୍ଦ ବେଉରା ଦୁର୍ବ୍ୟବହାର କରିବା ପ୍ରତିବାଦ ରେ କଟକ ର 30 ରୁ ଉର୍ଦ୍ଧ ସାମ୍ବାଦିକ ସିଡିଏମଓ ଅଫିସ ଆଗରେ ଧାରଣା ରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ଖବର ପାଇ ଘଟଣାସ୍ଥଳ ରେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଓ ଏ ସି ପି ପୋଲିସ ଫୋର୍ସ ସହ ପହଁଞ୍ଚି ସାମ୍ବାଦିକ ମାନଙ୍କୁ ବୁଝାସୁଝା କରିଥିଲେ | ଘଟଣା ସ୍ଥଳ ରେ ସିଡିଏମଓ ପହଁଞ୍ଚି ସାମ୍ବାଦିକ ମାନଙ୍କୁ ବୁଝାସୁଝା କରି ନିଜ ଅଫିସ କୁ ନେଇଥିଲେ ଏବଂ ସେଠାରେ ପୋଲିସ ଅଧିକାରୀ ଙ୍କ ଉପସ୍ଥିତି ରେ ଆଲୋଚନା କରାଯାଇଥିଲେ ମଧ୍ୟ ଦୁଇ ପକ୍ଷ ତୁତୁ ମେମେ ହେବା ସହ ଯୁକ୍ତିତର୍କ କରିଥିଲେ ! ହେଲେ କୌଣସି ସମାଧାନ ହୋଇପାରିନ ଥିଲା ! ସାମ୍ବାଦିକ ଙ୍କ ସମସ୍ତ ପ୍ରଶ୍ନ କୁ ସିଡିଏମଓ ଏଡାଇଯିବା ସହ ସରକାର ଏହିଭଳି ଚାଲିଛି ମୁଁ କିଛି କରି ପାରିବି ନାହିଁ ବୋଲି କହିଥିଲେ | ତମର ଇଛା ତମେ ନ୍ୟୁଜ କର , ମୁଁ କୌଣସି ବାଇଟ ଦେବାକୁ ବାଧ୍ୟ ନୁହେଁ ବୋଲି କହିଥିଲେ ସିଡିଏମଓ ଏବଂ କରିଥିବା ଦୁର୍ବ୍ୟବହାର କୁ ମାନି ନ ଥିଲେ ! ଏହା ପରେ ସାମ୍ୱାଦିକ ମାନେ ସେଠାରୁ ପ୍ରସ୍ଥାନ କରିଥିଲେ , ଏଠାରେ ପ୍ରକାଶ ଥାଉ କି କଟକ ସିଡିଏମଓ ଅଫିସ ରେ ଜଣେ କର୍ମଚାରୀ ଏଗାର ବର୍ଷ ଧରି ରହିଥିବା ବେଳେ ସେ ନର୍ସିଙ୍ଗ ହୋମ ରୁ ଚାନ୍ଦା ନେଉଛନ୍ତି, ତାଙ୍କ ବିରୋଧ ରେ ଅନେକ ଅଭିଯୋଗ ହେଉଥିଲା ବେଳେ ସିଡିଏମଓ ତାଙ୍କୁ ବଦଳି କରୁ ନାହାନ୍ତି ! ଏ ସମ୍ପର୍କ ରେ ତାଙ୍କୁ ନନ୍ଦିଘୋଷ ଟିଭି ର ସାମ୍ବାଦିକ ଦିପେଶ ମହାପାତ୍ର ପଚାରିବାରୁ ମୁଁ କୌଣସି ବ୍ୟକ୍ତି ଙ୍କ ସମ୍ବନ୍ଧରେ କିଛି କହି ପାରିବି ନାହିଁ ବୋଲି କହିବା ସହ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିଥିଲେ, ଏହାର ପ୍ରତିବାଦ ରେ ଆଜି ସାମ୍ବାଦିକ ମାନେ ଧାରଣା ଓ ପ୍ରତିବାଦ କରିଥିଲେ ! ସାମ୍ବାଦିକ ଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ରେ ଓଟିଭି, ନନ୍ଦିଘୋଷ, କନକ ନ୍ୟୁଜ, ଅର୍ଗସ ନ୍ୟୁଜ, ଏମବିସି ନ୍ୟୁଜ, ଓଡିଶା ଭାସ୍କର, କଳାନ୍ତର, ରେନବୋ ଡିଜିଟାଲ, ସତ୍ୟର ସନ୍ଧାନ, ଆର ଭଏସ, ଓଡିଶା ପ୍ଲସ, ଟାଇମ୍ସ ନ୍ୟୁଜ ଇଣ୍ଡିଆ, ତ୍ରିନେତ୍ର ଇତ୍ୟାଦି ର ପ୍ରତିନିଧି ମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *