ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହା ଦେବଙ୍କ ପୀଠରେ ୫ ତାରିଖ ରବିବାର ଠାରୁ ୮ ତାରିଖ ବୁଧବାର ପର୍ଯ୍ୟନ୍ତ ଚାରିଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅବସରରେ ତେଇଶ ଦେବା ଦେବୀଙ୍କ ମହା ମେଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୪ ଦିନ ବ୍ୟାପୀ ମହାଯଜ୍ଞ ଚାଲିଥିବା ବେଳେ , ପିଠାଧିପତି ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ଏହି ଯଜ୍ଞ ପୂର୍ବରୁ ବିଭିନ୍ନ ଗ୍ରାମର ୨୩ ଦେବାଦେବୀଙ୍କୁ ଯଜ୍ଞର ପୂର୍ଣ୍ଣାହୁତି ଅବସରରେ ସମସ୍ତଙ୍କୁ ମହା ମିଳନ ନିମନ୍ତେ ତାଙ୍କ ଦେବ ପୀଠକୁ ବିଧିବିଧାନ ଅନୁଯାଇ ନିମନ୍ତ୍ରଣ କରିଥିଲେ । ତେବେ ବୁଧବାର ପ୍ରାତଃ କାଳରେ ସମସ୍ଥ ଦେବାଦେବୀ ସୁସଜ୍ଜିତ ବିମାନ ସହ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ବାବା ଗୁପ୍ତେଶ୍ୱର ଦେବଙ୍କ ପୀଠରେ ପହଞ୍ଚି ଥିଲେ । ତେବେ ସମସ୍ତ ଦେବାଦେବୀ ନିଜ ନିଜ ଆସନ ଗ୍ରହଣ କରିବା ପରେ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ଓ ଅପରାହ୍ନ ସମୟରେ ଯଜ୍ଞର ପୂର୍ଣ୍ଣାହୁତି ପରେ ସମସ୍ତ ଦେବାଦେବୀ ଙ୍କର ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଗାଲୁଆ ଗ୍ରାମବାସୀ ପରିଚାଳନା କରିଥିଲେ ।।

Leave a Reply

Your email address will not be published. Required fields are marked *