ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବଜ୍ରପାତ ଯୋଗୁଁ ଅନେକଙ୍କ ଜୀବନ ହାନି ହେଉଛି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ବାଣପୁର ସ୍ତିତ କମ୍ପ୍ୟୁଟର ଷ୍ଟଡି ସେଣ୍ଟର୍ ପକ୍ଷରୁ ରବିବାର ଏକ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ ବିଭାଗୀୟ ସଂଯୋଜକ ସୁଦେଶ କୁମାର ସେଠୀ, ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ର, ଇଂରାଜୀ ଅଧ୍ୟାପକ ରମେଶ ଚନ୍ଦ୍ର ଦାସ, ସେଣ୍ଟ ଜନ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ତଥା ସମାଜସେବୀ ଅନନ୍ତ ଚରଣ ଖଟେଇ, ସାମ୍ବାଦିକ ରାକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ବ୍ରଜପାତ ରୁ ରକ୍ଷା ପାଇବା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଯଥା ବଜ୍ରପାତ ସମୟରେ ଭୂମିରେ ଚିତ୍ ହୋଇ ନ ଶୋଇବା, ବାହାରେ ଥିଲେ ସୁରକ୍ଷିତ ଭାବେ କୌଣସି ଏକ ପକା ଘରେ ଆଶ୍ରୟ ନେବା, ଝରକା କବାଟ ବନ୍ଧ କରିବା ସହ କାନ୍ଥ ଠାରୁ ଛାଡ଼ି କରି ରହିବା, ଜଳାଶୟ ନିକଟରୁ ଦୂରରେ ରହିବା, ବିଦ୍ୟୁତ ଚଳିତ କୌଣସି ଉପକରଣ କୁ ବେବହାର ନ କରିବା, ଗଛ ତଳେ ଆଶ୍ରୟ ନ ନେବା, ଧାତୁ ତିଆରି ଦ୍ରବ୍ୟ କୁ ନ ଛୁଇଁବା ଆଦି ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ବେଳେ ଏହି ସଚେତନ ବାର୍ତ୍ତା ଜନ ସାଧାରଣ ଙ୍କୁ ଅବଗତ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର କମ୍ପ୍ୟୁଟର ପ୍ରଶିକ୍ଷକ ସୁକେଶ ତ୍ରିପାଠୀ ଓ ନନ୍ଦିଘୋଷ ନାୟକ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।।
ବଜ୍ରପାତ ଜନିତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ !!!

