ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରଜପର୍ବର ଶେଷ ଦିନ ବସୁମତି ସ୍ନାନ । ମା’ଭଗବତୀ ପ୍ରକୃତି ସ୍ୱରୂପିଣୀ, ଧରିତ୍ରୀ ଦେବୀ,ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀ, ଯୋଗମାୟା ସୃଷ୍ଟି କାରଣୀ ସ୍ୱରୂପା, ତାଙ୍କରି କୃପାରେସଚ଼ରାଚର ସୃଷ୍ଟି, Iଏକଥାକୁ ବିଶ୍ୱାସ କରି ଉତ୍କଳର କୃଷିଭିତ୍ତିକ ଗଣପର୍ବରେ ଓଡ଼ିଆଜାତିମା’ଭଗବତୀଙ୍କୁ ଜଗତମାତା ଭାବରେ କାହିଁ ଅନାଦି କାଳରୁ ପୂଜା କରିଆସିଛି। ବସୁମତିସ୍ନାନରେ ପ୍ରତ୍ୟୁଷରୁ ପାଳିଆମାଳିସଂଜୟ ମହାପାତ୍ର, ଅଭିମନ୍ୟୁଭୋପା, ପବିତ୍ର ନାୟକ, ପରିଛା ସାଆନ୍ତ କୃତ୍ତିବାସ ମହାପାତ୍ର ପ୍ରମୁଖ ହଳଦୀ, ଅଗୁରୁ , ଚନ୍ଦନ, କର୍ପୁର, ଅତର ମିଶ୍ରିତ ଅଭିମନ୍ତ୍ରିତ ସୁବାଷିତଏଗାର ଗରା ଜଳରେ ମହାସ୍ନାନ କରାଇ ମା’ଙ୍କୁ ବେଶ କଲା ପରେ ମହାପ୍ରସାଦ ସମର୍ପଣ କରି ବଲ୍ଲଭ ଆଳତି ବଢାଇଥିଲେ । ମଧ୍ୟାହ୍ନରେ ଖେଚଡ଼ି ଡ଼ାଲି ଧୂପ ପରେ ମା’ଙ୍କୁ ଅଙ୍ଗରାଗ ମାଜଣା କରାଇ ଶୁଭ୍ରପାଟପତନି , ସୁନାରୂପା ଅଳଙ୍କାରରେ ମଣ୍ଡଣି କରାଇ ଥିଲେ।ମଥାରେ ସୁବର୍ଣ୍ଣକିରିଟ, କର୍ଣ୍ଣରେ ମକରକୁଣ୍ଡଳ, ମଥାରେ ସୁବର୍ଣ୍ଣନେତ୍ର, ମଥାମଣି,ଝୁମ୍ଫା , ଓଡ଼ିଆଣି,ନାଶାରେ ସୁବର୍ଣ୍ଣବଶଣି,ବାହୁରେ ବାଜୁବନ୍ଧ, ଗଳାରେ ଚାପସୁରି,ମୁଣ୍ଡମାଳ,ପଦ୍ମମାଳ, ବେଲ ପତ୍ରି ମାଳ, ମୁଦ୍ରାମାଳ, ଅଣ୍ଟାରେଅଣ୍ଟାସୂତା,ଝାଲେରୀ,କିଙ୍କିଣି, ଅଣ୍ଟାପାତିଆ, ପାଦର ନୂପୁର,ପାଉଞ୍ଜି, ସୁବର୍ଣ୍ଣର ଖଡ଼ୁ ସହିତ ନାନାଦି ରଙ୍ଗର ପୁଷ୍ପାଳଙ୍କାର ପରିଧାନ କରାଇ ପ୍ରଷ୍ପୁଟିତ ପଦ୍ମ ଉପରେ ବସାଇ ଦୁଇ ପାର୍ଶ୍ଵରେ ଗଜଥାଇ ମା’ ସାକ୍ଷାତମହାଲକ୍ଷ୍ମୀ ଅର୍ଣ୍ଣପୂର୍ଣ୍ଣା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏଭଳି ଦୁର୍ଲଭବେଶ ବର୍ଷରେ କେବଳ ଦୁଇଦିନ ବସୁମତିସ୍ନାନ ଓ ଦଶହରାରେ ହିଁ ହୋଇଥାଏ । ଏହି ବେଶ ଦର୍ଶନ କରି ମା’ଙ୍କ କୃପା ଲାଭ କରିବାପାଇଁ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ଖୋର୍ଦ୍ଧା ତଥା ଗଞ୍ଜାମର ବହୁ ଅଞ୍ଚଳରୁ ଅଗଣିତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ବିଶେଷକରି ସହସ୍ରାଧିକ ମା’ମାନଙ୍କ ଭିଡ଼ସହିତ ହୁଳହୁଳି ଶବ୍ଦରେ ମନ୍ଦିର ପ୍ରଙ୍ଗଣ ଉଚ୍ଛୁଳି ପଡ଼ୁଥିଲା । ସ୍ଥାନୀୟ ପ୍ରଶାସନ, ସଭାପତି ତହସିଲଦାର ଟି ପଦ୍ମନାଭ ଦୋରା , ବାଣପୁର ଥାନାଧିକାରୀ ରମେଶ ଚନ୍ଦ୍ରଦେବତା, ମନ୍ଦିର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସ, ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର, କମଳ ମିଶ୍ର, ନିଯୋଗୀ ସେବାୟତ, ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ଶୃଙ୍ଖଳା ରକ୍ଷା କରାଯାଇଥିଲା ।
ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା’ଭଗବତୀ : ସୁନା ରୁପାର ଅଳଙ୍କାରରେ ଝଲସି ଉଠିଲା ଶ୍ରୀମୁଖ ମଣ୍ଡଳ !!!

