ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରାଣ୍ଡି ଗ୍ରାମ ଠାରୁ ଉପଲଡା କୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା, ପୂର୍ତ୍ତ ବିଭାଗ ସାଜିଛି ନିଦାବିଷ୍ଣୁ ! ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରୁ ଉପଲଡା କୁ ସଂଯୋଗ କରୁଥିବା ରାସ୍ତା ଟି ଅତି କଦର୍ଯ୍ୟ ହୋଇ ପଡି ରହିଛି ! ଏହି ରାସ୍ତା ଦେଇ ପ୍ରତି ଦିନ ସ୍କୁଲ କଲେଜ ଏବଂ ବ୍ଳକ କୁ ବହୁ ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ ଓ ଜନ ସାଧାରଣ ଯିବାଆସିବା କରିଥାନ୍ତି । ରାସ୍ତାଟି ପାରଳାଖେମୁଣ୍ଡି ସହରକୁ ସଟ୍ କଟ୍ ରାସ୍ତା ହୋଇଥିବାରୁ ଓ କମ ସମୟରେ ନିଜର ଗନ୍ତବ୍ୟ ସ୍ଥଳ ରେ ପହଞ୍ଚି ପାରିବା ନେଇ ବହୁ ଯାତ୍ରୀ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଉପରେ ପ୍ରାୟ ଚାରି ପାଞ୍ଚ ଖଣ୍ଡ ଗ୍ରାମବାସୀ ନିଜର ଶିକ୍ଷା ସ୍ୱାସ୍ଥ୍ୟ ଓ ଜୀବନ ଜୀବିକା ସକାଶେ ନିର୍ଭର କରିଥାନ୍ତି । କିନ୍ତୁ ପରିତାପର ବିଷୟ ଅଞ୍ଚଳବାସି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ ମଧ୍ୟ ଏହି ଖାଲଖମା ରାସ୍ତାକୁ ସଜାଡ଼ିବାରେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟି ଯାଇଛନ୍ତି ! ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ହେବା ସହ ଗାଡି ଓଲଟି ଯାଇଥିବାର ନଜିର ରହିଛି ! ତୁରନ୍ତ ଏହି ରାସ୍ତାକୁ ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି !
ଗୁରାଣ୍ଡି ଗ୍ରାମ ଠାରୁ ଉପଲଡା କୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା !!!

