ବୀର ସୈନିକଙ୍କୁ ରୋଟାରୀ ସମ୍ମାନ ପ୍ରଦାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସୀମାରେ ସୈନିକ ଅଛନ୍ତି ବୋଲି ଶାନ୍ତିରେ ଶୋଉଛନ୍ତି ଦେଶ ବାସୀ ! ଖରା ବର୍ଷା ଶୀତ କାକର , ଗୁଳି ଗୋଳା କୁ ଖାତିର ନକରି ଅହୋରାତ୍ର କରୁଛନ୍ତି ଦେଶ ମାତୃକାର ସୁରକ୍ଷା ! 1947 ର ଯୁଦ୍ଧ ହେଉ , କି 1971 ର ଯୁଦ୍ଧ , କିମ୍ବା 1999 ର କାରଗିଲ ଯୁଦ୍ଧ – ସବୁବେଳେ ଉଡାଇଛନ୍ତି ବିଜୟର ବାନା ! ସେହି ବୀର ସୈନିକ ମାନଙ୍କୁ ଏବଂ ଦିବଂଗତ ମାନଙ୍କର ପରିବାର ଲୋକଙ୍କୁ ସମ୍ମାନୀତ କରିଛି ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ! ରାଜଧାନୀ ରୋଟାରୀ ଭବନରେ ସେବା ନିବୃତ୍ତ ବୀର ସୈନିକଙ୍କୁ କରାଗଲା ସମ୍ବର୍ଦ୍ଧିତ ! ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଚାଶ ରୁ ଅଧିକ ବୀର ସୈନିକ ଏବଂ ଦିବଂଗତ ମାନଙ୍କର ପରିବାର ଲୋକ ଉପସ୍ଥିତ ରହିଥିଲେ ! ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ରୋଟାରୀଆନ , ପୂର୍ବତନ ପ୍ରାନ୍ତପାଳ , ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ର ସଦସ୍ୟ , ଇନର ହୁଇଲ ର ସଦସ୍ୟା ଯୋଗଦେଇ ବୀର ଯବାନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ! ଦେଶ ମାତୃକାର ସୁରକ୍ଷାରେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ ଲଢ଼ିଥିବା ବୀର ସୈନିକ ଏବଂ ବଳିଦାନ ଦେଇଥିବା ସହିଦ ମାନଙ୍କର ସ୍ମୃତି ଚରଣ ସହିତ ସେମାନଙ୍କ ପରିବାର ଲୋକଙ୍କୁ ରୋଟାରୀ ସମ୍ମାନ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ! ରୋଟାରୀ ପିଡ଼ିଜି ତଥା ବ୍ରିଗେଡିୟର ନାରାୟଣ ନାୟକ ଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା !

 

Leave a Reply

Your email address will not be published. Required fields are marked *