ଝୁଲନ୍ତା ମୃତଦେହ ଉଦ୍ଧାର : ବଧୂ ହତ୍ୟା ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶରେ ବଧୂ ହତ୍ୟା ଅଭିଯୋଗ । ଝିଅ କୁ ପ୍ରେମ କରି ଘରୁ ଗତ ଜୁନ ୧୪ ତାରିଖରେ ଉଠାଇ ଆଣି ବିବାହ କରିଥିଲା ଯୁବକ । ଡେରାବିଶ ଥାନା ଅନ୍ତର୍ଗତ ଓଲଡି ଗାଁ ର ଶମ୍ଭୁନାଥ ବେହେରା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ଦେଉଳି ଗାଁ ର ବିନୋଦ ମଳିକଙ୍କ ଏକୋଇଶି ବର୍ଷୀୟା ଝିଅ ରଶ୍ମିତା ମଳିକଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ଓଲଡି ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ ।ଅଭିଯୋଗ ମୁତାବକ ରଶ୍ମିତାଙ୍କୁ ସ୍ୱାମୀ ଶମ୍ଭୁନାଥ ବେହେରା ଯୌତୁକ ଦାବିରେ ନିର୍ଯାତନା ଦେଉଥିବା ସେ ଘର ଲୋକଙ୍କୁ ଫୋନ ଯୋଗେ କହିଥିଲେ । ତେବେ ଗତକାଲି ରାତିରେ ରଶ୍ମିତାଙ୍କ ବାପ ଘର ଲୋକଙ୍କୁ ଫୋନ ଯୋଗେ ଜ୍ୱାଇଁ ଶମ୍ଭୁନାଥ କହିଥିଲେ ଝିଅ ମରିଯାଇଛି । ତେବେ ପରିବାର ଲୋକେ ପହଁଚିଲା ବେଳକୁ ଭଡ଼ା ଘରୁ ଝିଅର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଓ ଡେରାବିଶ ଥାନାରେ ଜ୍ୱାଇଁ ଶମ୍ଭୁନାଥ ବେହେରା ନାମରେ ହତ୍ୟା ଅଭିଯୋଗ କରିଥିଲେ । ମୃତ ରଶ୍ମିତାଙ୍କ ବାପା ବିନୋଦ ମଳିକ ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ବ୍ୟବଛେଦ ପାଈଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଶମ୍ଭୁନାଥ ବେହେରା ଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *