ଦୁଇ ଦିନିଆ ବିଜ୍ଞାନ ମେଳା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୁଇ ଦିନିଆ ବିଜ୍ଞାନ ମେଳା ଆୟୋଜିତ ! ପାରଳାଖେମୁଣ୍ଡି ସ୍ଥିତ ଶିଳ୍ପାଞ୍ଚଳ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଦୁଇ ଦିନିଆ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି, ପ୍ରଥମ ପର୍ଯ୍ୟୟରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଓ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଳା ଶିକ୍ଷା ଅଧିକାରୀ ମାୟାଧର ସାହୁ ମୁଖ୍ୟ ଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଟି. କିଶୋର, ଅନୁଷ୍ଠାନ ର ସମ୍ପାଦକ ଗୌରହରି ପଟ୍ଟନାୟକ, ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଶିଶୁ ବିଭାଗ, ହସ୍ତକଳା ବିଭଗ, ଚିତ୍ରାଙ୍କନ ବିଭାଗ, ସୃଜନୀ ବିଭାଗ, ଗଣିତ ବିଭାଗ, ବିଜ୍ଞାନ ବିଭାଗ ରୁ ପ୍ରାୟ ୧୨୫ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଅତିଥି ମାନେ ପ୍ରାୟ ସମସ୍ତ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ସେ ନେଇ ଆଲୋଚନା ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *